ଓଡିଶା

odisha

ETV Bharat / state

ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ - ରେଳବାଇ କର୍ମଚାରୀ ହତ୍ୟା ଘଟଣା

ଡିସେମ୍ବର 19ରେ ଘଟିଥିବା ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ବିଟୁ ଓ ଟକଲୁ ଗିରଫ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅତି ଜଘନ୍ୟ ଭାବେ ଜିତେନ୍ଦ୍ରକୁ ହତ୍ୟା କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ...

ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ
ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ

By

Published : Mar 4, 2021, 10:50 AM IST

ସୁନ୍ଦରଗଡ଼: ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସ୍କୁଟି ଜବତ କରାଯାଇଛି । ସୂଚନାମୁତାବକ, ସୁନ୍ଦରଗଡ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ କଲୋନୀ ଅଞ୍ଚଳରେ ଗତ ଡିସେମ୍ବର ମାସ 19 ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅତି ଜଘନ୍ୟ ଭାବେ ଜିତେନ୍ଦ୍ରକୁ ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ କରି ହତ୍ୟାକାରୀମାନେ ଅନ୍ୟ ରାଜ୍ୟରେ ଆଶ୍ରୟ ନେଇଥିଲେ ।

ରେଳବାଇ କର୍ମଚାରୀ ଜିତେନ୍ଦ୍ର ରକସା ହତ୍ୟା ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ବିଟୁ ଓରଫ ସିଦ୍ଧୁ ତନ୍ତୀ ଓ ତାର ସହଯୋଗୀ ଟକଲୁ ଓରଫ ଚିତ୍ତ ରଂଜନ ସାହୁକୁ ବିହାର ନାଳନ୍ଦା ଜିଲ୍ଲାରୁ ଗିରଫ କରାଯାଇଛି ବୋଲି ଜୋନ-2 ଡିଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଶ୍ରା ଥାନା ଅଧିକାରୀ ଓ ବନ୍ଧମୁଣ୍ଡା ଥାନା ଅଧିକାରୀ, ବନ୍ଧମୁଣ୍ଡା ଥାନାର ଏସଆଇ ଓ ସିଏସଆଇଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସମସ୍ତ ଆଧୁନିକ କୌଶଳ ବ୍ୟବହାର କରି ଏହି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏନେଇ ଏହି ଟିମକୁ ଝାଡଖଣ୍ଡ , ଛତିଶଗଡ ଓ ବିହାର ରାଜ୍ୟ ଯିବାକୁ ପଡିଥିଲା ବୋଲି ଡି.ଏସ୍.ପି କହିଛନ୍ତି ।

ହତ୍ୟାକାରୀଙ୍କୁ ଗିରଫ କରିବାପରେ ସେମାନଙ୍କ ଦ୍ବାରା ଅନ୍ୟ ସବୁ ପ୍ରମାଣକୁ ପୋଲିସ ସଂଗ୍ରହ କରିଥିବା କଥା ଡି.ଏସ.ପି କହିଛନ୍ତି । ଗତକାଲି ବିହାର ନାଳନ୍ଦାରୁ ଗିରଫ କରାଯାଇଥିବା ବେଳେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ବିଟୁ ନାମରେ ବିଭିନ୍ନ ଥାନାରେ 27ଟି ସଙ୍ଗୀନ ମାମଲା ରହିଥିବା କଥା ଡିଏସପି କହିଛନ୍ତି । ଏପଟେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସ୍କୁଟି ସହ ମୃତକଙ୍କ ପୋଷାକ ଓ ହତ୍ୟାରେ ବ୍ୟବହୃତ ହୋଇଥିବା ଇଟା ଓ ପଥରକୁ ପୋଲିସ ଜବତ କରିଥିବା ଡିଏସପି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଚିଭି ଭାରତ

ABOUT THE AUTHOR

...view details