ଓଡିଶା

odisha

ETV Bharat / state

ଉତ୍ତର ଓଡିଶାକୁ ରେଳ ସଂଯୋଗ ନେଇ ବିକ୍ଷୋଭ ପ୍ରଦର୍ଶନ - ରେଳ ସଂଯୋଗ ନେଇ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା ରେଳ ଷ୍ଟେସନରେ ଉତ୍ତର ଓଡ଼ିଶାକୁ ସିଧାସଳଖ ଟ୍ରେନ୍ ଚଳାଚଳ ଦାବିରେ ରେଳ ବିକାଶ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

railway development coordination committee
railway development coordination committee

By

Published : Jul 29, 2023, 5:51 PM IST

railway development coordination committee

ରାଉରକେଲା:ରାଉରକେଲାରୁ ଉତ୍ତର ଓଡ଼ିଶାକୁ ସିଧାସଳଖ ଟ୍ରେନ୍ ଚଳାଚଳ ଦାବିରେ ରେଳ ବିକାଶ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ । ଦେଶରେ ଭାରତୀୟ ରେଳବାଇର ଉଲ୍ଲେଖନୀୟ ଅଗ୍ରଗତି ସତ୍ତ୍ୱେ ସୁନ୍ଦରଗଡ଼ ଏବଂ ଉତ୍ତର ଓଡ଼ିଶାରର ଅବଦାନକୁ ଅଣଦେଖା କରାଯାଇ ଆସୁଛି । ଯାହାକୁ ନେଇ ଦୀର୍ଘଦିନ ହେବ ଦାବି କରାଯାଉଥିଲେ ମଧ୍ୟ ସେଥି ପ୍ରତି ଦୃଷ୍ଟି ନ ଦେବା ଯୋଗୁଁ ଆଜି ରେଳ ବିକାଶ ସମନ୍ୱୟ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି ।

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ରାଉରକେଲାରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ବୃଦ୍ଧି ପାଇ ରାଜ୍ୟର ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି । ହେଲେ ଉତ୍ତର ଓଡିଶାର ସମସ୍ତ ଜିଲ୍ଲା ତଥା କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ଵର ଗୁଡିକୁ ସିଧାସଳଖ ଟ୍ରେନ ସେବା ନ ମିଳିବା ଏକ ସମସ୍ୟା ସୃଷ୍ଟି କରିବା ସହ ଯୋଗାୟୋଗ ବାଧାପ୍ରାପ୍ତ କରୁଛି । ତେଣୁ ରେଳ ବିକାଶ ସମନ୍ୱୟ ସମିତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପ୍ରତି ଦୃଷ୍ଟି ନ ଦେବା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି ।

ସେହିପରି ରେଳ ବିଭାଗ ପକ୍ଷରୁ ମଧ୍ୟ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ରାଉରକେଲାକୁ ଉତ୍ତର ଓଡ଼ିଶା ସହ ସଂୟୋଗ କରିବା କେବଳ ସୁବିଧାର କଥା ନୁହେଁ, ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଓ ସାମାଜିକ ସମ୍ପର୍କ ବୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ । ତେବେ ଆନ୍ଦୋଳନକାରୀଙ୍କ ପ୍ରାଥମିକ ଦାବି ଥିଲା ରାଉରକେଲାରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାକୁ ତୁରନ୍ତ ସିଧାସଳଖ ଟ୍ରେନ୍ ସେବା ଆରମ୍ଭ କରାଯାଉ । ଏହା କେବଳ ଉନ୍ନତି ଆଣିବ ନାହିଁ ବରଂ ବାଣିଜ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହା ହେଲେ ଯାତ୍ରୀ ଓ ମାଲ ପରିବହନକୁ ତ୍ୱରାନ୍ୱିତ କରିହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ସେହିପରି ଯୋଗାୟୋଗ ବ୍ୟବସ୍ଥାରେ ସୁଧାର ଆସିଲେ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ ଏବଂ ଏହାର ଅଭିବୃଦ୍ଧିରେ ଅଧିକ ସହାୟକ ହୋଇପାରିବ । ପ୍ରସ୍ତାବିତ ମାର୍ଗରେ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ସୁବିଧାର ଆବଶ୍ୟକତା ଉପରେ ମଧ୍ୟ କମିଟି ଗୁରୁତ୍ୱାରୋପ କରିଛି । ସିଧାସଳଖ ଟ୍ରେନ୍ ଚଳାଚଳ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ନୂଆ ସୁୟୋଗ ସୃଷ୍ଟି ହେବା ସହ ଉଭୟ ରାଉରକେଲା ଓ ଉତ୍ତର ଓଡ଼ିଶାବାସୀ ଉପକୃତ ହେବେ । ରେଳ ଯୋଗାୟୋଗର ଉନ୍ନତି ଉତ୍ତର ଓଡ଼ିଶାର ସନ୍ତୁଳିତ ବିକାଶରେ ସହାୟକ ହୋଇପାରିବ ବୋଲି ବିକ୍ଷୋଭକାରୀ ଗୁରୁତ୍ୱାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଅଗଷ୍ଟ 16ରୁ ବସ ଚଳାଚଳ ବନ୍ଦ ଧମକ ଦେଲା ଘରୋଇ ବସ ମାଲିକ ସଂଘ

ତେବେ ରାଉରକେଲା ରେଳ ଷ୍ଟେସନରେ ରେଳ ବିକାଶ ସମନ୍ୱୟ ସମିତି ପକ୍ଷରୁ ହୋଇଥିବା ଏହି ବିକ୍ଷୋଭ ରାଉରକେଲାରୁ ଉତ୍ତର ଓଡ଼ିଶାକୁ ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ଯେଉଁ ଦାବି ହେଉଛି ତାହା କେବଳ ପରିବହନରେ ଉନ୍ନତି ଆଣିବା ପାଇଁ ନୁହେଁ ବରଂ ଅଭିବୃଦ୍ଧି, ସମୃଦ୍ଧି ଏବଂ ଏକାକୀକରଣ ପାଇଁ ସୁୟୋଗ ସୃଷ୍ଟି କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ବିକ୍ଷୋଭକାରୀ । ଏନେଇ ରେଳ ବିକାଶ ସମନ୍ୱୟ ସମିତି ଯଥା ସମ୍ଭବ କେନ୍ଦ୍ର ସରକାର ଏବଂ ରେଳ ବିଭାଗ ଟ୍ରେନ ଚଳାଚଳ କରନ୍ତୁ ନଚେତ ତୀବ୍ର ବିରୋଧ ହେବ ବୋଲି ଚେତାବନୀ ଦେଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details