ଓଡିଶା

odisha

ଘରୋଇ ବସ୍ ମାଲିକ ସଂଘର ଦାବି, କେବଳ ରାଉରକେଲାରେ ଗଡୁ ମୋ ବସ୍

By

Published : Dec 16, 2022, 7:34 AM IST

ରାଉରକେଲାରେ ମୋ ବସ୍ ସେବାକୁ ବିରୋଧ । ସହର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏହି ବସ୍ ଚଳାଚଳ ନକରୁ ବୋଲି ଦାବି କଲା ଘରୋଇ ବସ୍ ମାଲିକ ସଂଘ । ଅଧିକ ପଢନ୍ତୁ

ଘରୋଇ ବସ୍ ମାଲିକ ସଂଘର ଦାବି, କେବଳ ରାଉରକେଲାରେ ଗଡୁ ମୋ ବସ୍
ଘରୋଇ ବସ୍ ମାଲିକ ସଂଘର ଦାବି, କେବଳ ରାଉରକେଲାରେ ଗଡୁ ମୋ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବି, କେବଳ ରାଉରକେଲାରେ ଗଡୁ ମୋ ବସ୍

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଗଡିବ ମୋ ବସ୍ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଖୁବଶୀଘ୍ର ରାଉରକେଲା ସହରରେ ମୋ ବସ୍ ସେବା ଆରମ୍ଭ ହେବାକୁ ଯାଉଛି । ସହରର ବିଭିନ୍ନ ରୁଟରେ ଗଡିବ ପ୍ରାୟ ୧୦୦ଟି ମୋ ବସ୍ । ତେବେ ଏହି ସେବା ଆରମ୍ଭ ପୂର୍ବରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଉରକେଲା ଘରୋଇ ବସ୍ ମାଲିକ ସଂଘ । କାରଣ ଏହି ବସ୍ ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ଚଳାଚଳ କରିବ । ଯାହାଦ୍ବାରା ଘରୋଇ ବସ୍ ମାଲିକ କ୍ଷତି ସହିବେ । ତେଣୁ ସେମାନେ କେବଳ ସହରରେ ହିଁ ଏହି ବସ୍ ସେବା ଯୋଗାଇବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ।

ରାଉରକେଲା ସହରରେ ପ୍ରତିଦିନ ପ୍ରାୟ ୩୫୦ରୁ ଅଧିକ ବସ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଟେନସା, କୋଇଡା, ବଣାଇ, ଗୁରୁଣ୍ଡିଆ, ରାଜଗାଙ୍ଗପୁର, ବୀରମିତ୍ରପୁର ସହ ସୁନ୍ଦରଗଡ଼ ମୁଖ୍ୟାଳୟ ସମେତ ରାଜ୍ୟ ବାହାରକୁ ଏବଂ ଜିଲ୍ଲା ବାହାରକୁ ଯାତାୟାତ କରୁଛି । ତେଣୁ କରି ଘରୋଇ ବସ୍ ମାଲିକ ସଂଘ ସହରାଞ୍ଚଳରେ ବସ୍ ଚାଲିବାକୁ ବିରୋଧ କରୁନାହାନ୍ତି । ହେଲେ ସଙ୍ଘ ପକ୍ଷରୁ ଦାବି କରାଯାଇଛି ଯେ, ରାଉରକେଲା ସହରର ବିଭିନ୍ନ ସ୍ଥାନ ଯେପରି ସମସ୍ତ ସେକ୍ଟର ଅଞ୍ଚଳ, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ, ସିଭିଲ ଟାଉନଶିପ, ଜଗଦା, ଝିରପାଣି, ବେଦବ୍ୟାସ, କଲୁଙ୍ଗା, ଜଳଦା, ଫର୍ଟିଳାଇଜର, ଲାଠିକଟା, ଆଦି ଅଞ୍ଚଳକୁ ବସ୍ ଚଳାଚଳ କରୁ । କିନ୍ତୁ ସହର ବାହାରକୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମୋ ବସ୍ ଚାଲିଲେ ଘରୋଇ ବସ୍ ମାଲିକମାନେ ସିଧାସଳଖ ପ୍ରଭାବିତ ହେବେ ବୋଲି ସଂଘର କର୍ମକର୍ତ୍ତା ଜଣାଇଛନ୍ତି ।

ରାଉରକେଲାରେ ୧୦୦ଟି ‘ମୋ ବସ୍’ ନ ଚଳାଇ ୩୦ ରୁ ୪୦ ବସ ଚଳାଇଲେ ଘରୋଇ ବସ୍ ସେବା ପ୍ରଦାନକାରୀଙ୍କୁ ବିଶେଷ ଅସୁବିଧା ହେବ ନାହିଁ । ତେଣୁ ବସ୍‌ ଗୁଡିକ କେବଳ ରାଉରକେଲା ସହରାଞ୍ଚଳରେ ଚଳାଚଳ କରୁ ଏବଂ ସହର ବାହାରକୁ ଚଳାଚଳ କଲେ ଘରୋଇ ବସ ମାଲିକ କ୍ଷତି ସହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details