ଓଡିଶା

odisha

ETV Bharat / state

ରାଉରକେଲା ନିଟ୍‌ କ୍ବାଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର - nit campus news

ଏନଆଇଟି ପରିସରରେ ଥିବା ଷ୍ଟାଫ କ୍ବାଟର୍ସରୁ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଥିବାବେଳେ ଉଭୟ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Aug 17, 2019, 2:43 PM IST

ରାଉରକେଲା: ରାଉରକେଲାସ୍ଥିତ ନିଟ୍‌ ପରିସରରେ ଥିବା ଷ୍ଟାଫ କ୍ବାଟର୍ସରୁ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଦମ୍ପତି ହେଲେ ଏନଆଇଟି ପ୍ରଫେସର ଆର ଜୟ ବାଲାନ ଓ ତାଙ୍କ ପତ୍ନୀ ମାଳିନୀ ଜୟ ବାଲାନ ।

ଆର ଜୟ ବାଲାନ ଶିକ୍ଷାନୁଷ୍ଠାନର ଲାଇଫ୍‌ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ । ସେ ଅନେକ ନୂଆ ନୂଆ ତଥ୍ୟ ଉପରେ ଅନୁସନ୍ଧାନ କରୁଥିଲେ । ଜଣେ ଭଦ୍ର ଓ ଛାତ୍ରଙ୍କ ପ୍ରିୟ ପ୍ରଫେସର ଥିଲେ ଜୟ ବାଲାନ । ସେହିପରି ଜୟଙ୍କ ପତ୍ନୀ ମାଳିନୀ ସିଡବ୍ଲ୍ୟୁସି ହସ୍ପିଟାଲରେ କାମ କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୁସାରେ, ଜୟଙ୍କ ପଡୋଶୀ ତାଙ୍କୁ ପୂଜା ଭୋଗ ଦେବାକୁ ଚାହୁଁଥିବାବେଳେ 3 ଦିନ ଧରି ତାଙ୍କ କବାଟ ବନ୍ଦ ରହିଥିଲା । ସେମାନଙ୍କ ମନରେ ସନ୍ଦେହ ହେବାରୁ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ କ୍ବାଟର୍ସର କବାଟ ଭାଙ୍ଗି ଘରେ ପଶିଥିଲା । ଉଭୟ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସ୍ନାନ ଘରୁ ଓ ଅନ୍ୟ ଜଣଙ୍କ ଶୋଇବା ଘରୁ ଉଦ୍ଧାର କରିଥିଲା ପୋଲିସ । କ୍ବାଟର୍ସରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ନେଇ ସୂଚନା ରହିଛି । ପୋଲିସ ଉଭୟ ଦମ୍ପତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି ।

ଉଭୟ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ । ଘଟଣାକୁ ନେଇ ଏନଆଇଟି ପରିସରରରେ ଚାଞ୍ଚଲ୍ୟ ଖେଳିଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details