ଓଡିଶା

odisha

ETV Bharat / state

ରାଉରକେଲା ସ୍ଵତନ୍ତ୍ର କାରାଗାରରେ କଏଦୀ ନେଲେ କୋଭିଡ ଟିକା - Inmates at Rourkela Special Prison

ରାଉରକେଲା ସ୍ଵତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଗଲା ପ୍ରଥମ ଡୋଜ୍ କୋଭିଡ ଟିକା । ଏନେଇ ବୁଧବାର ଦିନ ଜେଲ୍ ପରିସରରେ ଏକ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା। ଅଧିକ ପଢନ୍ତୁ...

ରାଉରକେଲା ସ୍ଵତନ୍ତ୍ର କାରାଗାରର କଏଦୀଙ୍କୁ ଦିଆଗଲା ପ୍ରଥମ ଡୋଜ୍ କୋଭିଡ ଟିକା
ରାଉରକେଲା ସ୍ଵତନ୍ତ୍ର କାରାଗାରର କଏଦୀଙ୍କୁ ଦିଆଗଲା ପ୍ରଥମ ଡୋଜ୍ କୋଭିଡ ଟିକା

By

Published : Jun 3, 2021, 1:10 PM IST

ସୁନ୍ଦରଗଡ଼: ରାଉରକେଲା ସ୍ଵତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଗଲା ପ୍ରଥମ ଡୋଜ୍ କୋଭିଡ ଟିକା । ଏନେଇ ବୁଧବାର ଦିନ ଜେଲ୍ ପରିସରରେ ଏକ ସ୍ବତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା। ଉଭୟ ୧୮-୪୪ ବର୍ଷ ବର୍ଗ ଏବଂ ୪୫ରୁ ଉର୍ଦ୍ଧ୍ବ ବର୍ଗର କଏଦୀଙ୍କୁ ଟିକା ଦିଆଯାଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ କାରାଗାରକୁ ଯାଇ ଟୀକାକରଣର ସ୍ଥିତି ଅନୁଧ୍ୟାନ କରିଥିଲେ।

ରାଉରକେଲା ସ୍ଵତନ୍ତ୍ର କାରାଗାରର କଏଦୀଙ୍କୁ ଦିଆଗଲା ପ୍ରଥମ ଡୋଜ୍ କୋଭିଡ ଟିକା

ଜେଲରେ ଥିବା ୪୬୧ ଜଣ କଏଦୀଙ୍କ ଭିତରୁ ୧୮-୪୪ ବର୍ଗରେ ୩୮୦ ଜଣ ଏବଂ ୪୫ରୁ ଊର୍ଦ୍ଧ୍ବ ବର୍ଗରେ ୮୧ ଜଣ କଏଦୀ ଅଛନ୍ତି। ସମସ୍ତ କଏଦୀଙ୍କୁ ଟିକା ଦିଆଯାଇଥିଲା। ଏନେଇ ଜେଲ ପରିସରରେ ବିଶେଷ ବ୍ୟବସ୍ଥା କରାଯାଇଥିଲା। କଏଦୀମାନେ କୋଭିଡ୍ ନିୟମ ପାଳନ କରି ଟିକା ନେଇଥିଲେ।

ଟିକାଦାନ ବେଳେ ସ୍ବତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଓ ଜେଲର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା ସହ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତେବାସୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ କାରାଗାରକୁ ବିଶୋଧନ କରାଯାଉଛି।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details