ଓଡିଶା

odisha

ETV Bharat / state

ସରିଲା ରିମାଣ୍ଡ, ଜେଲ ଗଲେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ - କୋର୍ଟରେ ହାଜର ହେଲେ ପ୍ରଶାନ୍ତ ରାଉତ

ରିମାଣ୍ଡ ଅବଧି ସରିବା ପରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଏହା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

ସରିଲା ରିମାଣ୍ଡ ଅବଧି
ସରିଲା ରିମାଣ୍ଡ ଅବଧି

By

Published : Jul 3, 2023, 1:29 PM IST

ସରିଲା ରିମାଣ୍ଡ ଅବଧି

ରାଉରକେଲା:କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର ହୋଇଥିଲେ । ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଆସନ୍ତା ୭ ତାରିଖରେ ପୁଣି କୋର୍ଟରେ ହାଜର ହେବେ ।

ଗତ ମାସ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା । ଏଥିସହ ୭ କୋଟିରୁ ଅଧିକ ସ୍ଥାବର ଅସ୍ଥାବର ସଂପତ୍ତି ଜବତ କରିଥିଲା ତଦନ୍ତକାରୀ ଟିମ । ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗରେ ତାଙ୍କ ଘର, ଅଫିସ୍‌, ପୈତୃକ ଘର ସହ ମୋଟ୍‌ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ।

ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଥିଲା ଯାହାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ । ନିରୀହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବାଲି ମାଫିଆ, ଡିଲର୍ସ ଓ ମିଲର୍ସଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ । ଯାହାର ସତ ଭିଜିଲାନ୍ସ ରେଡ ପରେ ସାମ୍ନାକୁ ଆସିଥିଲା । ଏମିତିକି ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା । ନବରଙ୍ଗପୁର ସରକାରୀ ବାସଭବନର ତାଜା ଉପରେ ପେଟିରୁ ଜବତ ହୋଇଛି ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଦୁର୍ନୀତି ପଡିଲା ମହଙ୍ଗା; ଚାକିରୀରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ସୂଚନା ଥାଉକି, ପୂର୍ବରୁ ପ୍ରଶାନ୍ତ ରାଉତ ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ସେ ଅନୈତିକ ଟେଣ୍ଡର୍‌ ପ୍ରଦାନ, ବିଲ୍‌ ପାସ୍‌ କରାଇବା ଆଦି ପ୍ରତ୍ୟେକ ଛୋଟବଡ଼ କାମରେ ଲାଞ୍ଚ ଦାବି କରି ନେଉଥିଲେ । ସେ ସମୟରେ ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ୨୦୧୮ ନଭେମ୍ବର ୬ ତାରିଖରେ ଝିରପାନି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଜେନାଙ୍କ ଠାରୁ ଏକ ଡ୍ରେନ କାମର ସାଢେ ୧୧ ଲକ୍ଷ ଟଙ୍କାର ବିଲ୍ ପାଇଁ ୧ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲ୍ ପକାଇ ତାଙ୍କୁ ଧରିଥିଲା । ସେତେବେଳେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ । ସରକାର ତାଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦ରେ ତାଙ୍କୁ ବିଡିଓରୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ଦିଆଯାଇଥିଲା । ଏହା ସହ ନବରଙ୍ଗପୁରରେ ଅତିରିକ୍ତ ଜିଲ୍ଲାପାଳର ଅତିରିକ୍ତ ଦାୟିତ୍ବ ମିଳିଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details