ଓଡିଶା

odisha

By ETV Bharat Odisha Team

Published : Nov 10, 2023, 10:25 PM IST

ETV Bharat / state

Diwali 2023: ଦୀପାବଳିରେ ମାଟି ଦୀପର ଆଦର, ଜଳିଲେ ଦୀପ ହସିବ କୁମ୍ଭକାର

ଆଲୋକର ପର୍ବ ଦୀପାବଳିକୁ ନେଇ ରାଉରକେଲାରେ ପ୍ରସ୍ତୁତି ଜୋରଦାର । ଅଧିକ ବ୍ୟବସାୟ ଆଶାରେ ରହିଛନ୍ତି କୁମ୍ଭକାର ପରିବାର । ଦେଖନ୍ତୁ ଏ ରିପୋର୍ଟ ।

ଆସୁଛି ଦୀପାବଳି, ହସୁଛି କୁମ୍ଭକାର ପରିବାର
ଆସୁଛି ଦୀପାବଳି, ହସୁଛି କୁମ୍ଭକାର ପରିବାର

ଆସୁଛି ଦୀପାବଳି, ହସୁଛି କୁମ୍ଭକାର ପରିବାର

ରାଉରକେଲା: ଆଉ ଦିନକ ପରେ ଦୀପର ପର୍ବ ଦୀପାବଳି । କାଳୀ ପୂଜା ସାଙ୍ଗକୁ ଘରେ ଘରେ ଜମିବ ଦୀପାବଳି ଉତ୍ସବ । ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ମାଟ ଦୀପ ବ୍ୟବସାୟରେ ଲାଭ ହେବା ନେଇ ବେଶ ଆଶାବାଦୀ ଅଛନ୍ତି ରାଉରକେଲା ସହରର କୁମ୍ଭକାର ପରିବାର ।

ଆସୁଛି ଭାରତୀୟ ମାନଙ୍କ ହସ ଖୁସି ଓ ଆଲୋକର ପର୍ବ ଦୀପାବଳି । ଦୀପ ଆଲୋକରେ ଝଲସିବ ଗାଁରୁ ସହର । ଗରିବ ହେଉ ବା ଧନୀ ସମସ୍ତେ ଏହି ଦୀପବଳି କୁ ଚାହିଁ ବସିଛନ୍ତି । ସମସ୍ତଙ୍କ ଘରେ ଜଳିବ ପବିତ୍ର ଦୀପ । ଦୀପର ଆଲୋକରେ ଆଲୋକିତ ହେବ ସାରା ଜଗତ । ଦୀପାବଳି ପାଇଁ ସବୁଠି ଉତ୍ସାହ । ରାଉରକେଲା ସହରରେ ମଧ୍ୟ ଦୀପାବଳିକୁ ନେଇ ଉତ୍ସାହ ଭରି ଯାଇଛି । କୁମ୍ଭକାରମାନେ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ..କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କିଭଳି ଭାବରେ ଦୀପ ଅଧିକରୁ ଅଧିକ ତିଆରି କରିହେବ ସେନେଇ ସମ୍ପୂର୍ଣ୍ଣ କୁମ୍ଭାର ପରିବାର କରୁଛି ଚେଷ୍ଟା ଜାରି ରଖିଛି । କିଏ ଦୀପ ତିଆରି କରୁଛି ତ କିଏ ଦୀପ ସଜାଡୁଛି ଏବଂ କିଏ ଦୀପକୁ ନିଆଁରେ ପୋଡ଼ି ତାହାକୁ ଶେଷ ସ୍ପର୍ଶ ଦେବାପାଇଁ ମନ ଲଗାଇ କରୁଛି କାମ । କାରଣ ଏହି ଦୀପ ତିଆରି ଯୋଗୁ ହିଁ ଚାଲିଥାଏ ଏମାନଙ୍କ ପରିବାର । ବିଗତ କିଛି ବର୍ଷ ଧରି କରୋନା ଯୋଗୁ ଦୀପାବଳି ସହ ଅନ୍ୟାନ୍ୟ ପର୍ବ ପାଳନ ପାଇଁ କଟକଣା ଜାରି କରାଯାଇଥିଲା । ତେଣୁ ନିଜ ବେଉସା ହରାଇ ପେଟ ପୋଷିବା ବହୁ କଷ୍ଟକର ହେଉଥିଲା । କିନ୍ତୁ ଚଳିତ ବର୍ଷ ଏକ ନୂଆ ଆଶା ଓ ଉଦ୍ଦିପନା ସହ ଦୀପ ତିଆରି କରିବାରେ ଲାଗିଛି କୁମ୍ଭାର ପରିବାର । ତେବେ ଏଥର ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି କୁମ୍ଭାର ପରିବାର ।

ଏହାମଧ୍ୟ ପଢନ୍ତୁ..ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ତେବେ ବଜାରରେ ବିଭିନ୍ନ ଡିଜାଇନର ଫ୍ୟାନ୍ସି ବା ପ୍ଲାଷ୍ଟିକ ଲାଇଟ ଦୀପ ଉପଲବ୍ଧ ରହିଥିଲେ ବି ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଥିବା କୁମ୍ଭାର ସାହିର ମାଟି ଦୀପର ରହିଛି ସ୍ବତନ୍ତ୍ର ଚାହିଦା । ଲୋକେ ଆଜିବି ମାଟି ତିଆରି ଦୀପ କିଣିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ମାଟି ଦୀପ ଜଳାଇଲେ ଘରେ ସୁଖ ଶାନ୍ତି ଆସିଥାଏ ବୋଲି ଭାରତୀୟମାନଙ୍କ ବିଶ୍ବାସ ରହିଛି । ଯେଉଁଥିପାଇଁ ମାଟି ଦୀପ କିଣିବାକୁ ଗ୍ରାହକମାନଙ୍କ ଭିଡ ଦେଖିବାକୁ ମିଳୁଛି ।


ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details