ଓଡିଶା

odisha

ETV Bharat / state

ଘର ବିକ୍ରି ନାଁରେ ଟଙ୍କା ଠକେଇ, ବାପା-ପୁଅ ଓ ବୋହୂକୁ ଉଠାଇ ନେଲା ପୋଲିସ - ରାଉରକେଲାରେ ଟଙ୍କା ଠକେଇ

ଘର ନାଁରେ ଟଙ୍କା ଠକେଇ କରୁଥିଲେ ଗୋଟିଏ ପରିବାରର ବାପା,ପୁଅ ଓ ବୋହୂ । ଥାନାରେ ଅଭିଯୋଗ ପରେ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

fraud in the name of house sale
fraud in the name of house sale

By ETV Bharat Odisha Team

Published : Nov 24, 2023, 5:32 PM IST

fraud in the name of house sale

ରାଉରକେଲା:ଆପଣ ଘର କିଣିବାକୁ ଆଗ୍ରହୀ ଅଛନ୍ତି କି ବା ଘର କିଣୁଛନ୍ତି କି ? ଯଦି ହଁ ତେବେ ହୋଇଯାନ୍ତୁ ସାବଧାନ ! କାରଣ ଆପଣ ହୋଇ ପାରନ୍ତି ଠକାମୀର ଶିକାର । ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କା ନେଇ ଫେରାର ହୋଇଯିବେ ଠକ । ଘର ନାଁରେ ଟଙ୍କା ଠକେଇ କରିଥିବା ଏକ ପରିବାରକୁ ଉଠାଇ ନେଇଛି ପୋଲିସ । ଏନେଇ ଥାନାରେ ଅଭିଯୋଗ ପରେ ଥାନାରେ ବାପା, ପୁଅ ଓ ବୋହୂ । ପ୍ରାୟ ଏକ କୋଟି ଦଶ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ରାଉରକେଲା ସହରରୁ ଆସିଛି ଏପରି ଅଭିଯୋଗ ।

ରାଉରକେଲା ସହରର କୋଏଲ ନଗରୀର ଗୋଟିଏ ପରିବାରର ବାପା, ପୁଅ ଓ ବୋହୂ ଠକାମୀର ଜାଲ ବିଛାଇଥିଲେ । ଘର ବିକିବା କହି ଲୋକଙ୍କୁ ଠାରୁ ଠକି ନେଉଥିଲେ ବିପୁଳ ଅର୍ଥ । ଘର ବିକ୍ରି ନାଁରେ ଏକାଧିକ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଓ ମାନସିକ ନିର୍ଯାତନା ଅଭିଯୋଗରେ ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ସହ ସପରିବାରକୁ ଉଠାଇ ନେଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଚାକିରି ନାଁରେ ଚୂନ ଲଗାଇଲେ ଲକ୍ଷ ଲକ୍ଷ ଟଙ୍କା, 6 ଗିରଫ

ସୂଚନାଯୋଗ୍ୟ ଯେ, ରାଉରକେଲାର କୋଇଲନଗର ଅଞ୍ଚଳରେ ଥିବା ନିଜ ଘର ବିକ୍ରି କରିବାକୁ କହି ଘର ମାଲିକ ଓ ତାଙ୍କ ପୁଅ, ବୋହୂ ଏକାଧିକ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ । ଏଥିସହ ଟଙ୍କା ଠକି ନେଇଥିବା ବ୍ୟକ୍ତିଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଠକେଇର ଶିକାର ହୋଇଥିବା ନୀଳମଣି ପାଢ଼ୀ ନାମକ ଜଣେ ବ୍ୟକ୍ତି ଏନେଇ ରାଉରକେଲା ଝିରପାଣି ଥାନାରେ ଅଭିଯୋଗ ପରେ ଥାନାକୁ ଯାଇଛନ୍ତି ଠକ ପରିବାର । ରାଉରକେଲା କୋଇଲନଗର୍ ଅଞ୍ଚଳର E-78 ରେ ରୁହନ୍ତି ୭୬ ବର୍ଷ ବୟସ୍କ ରିଟାର୍ଡ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ବିରଜା ପ୍ରସାଦ ଦାସ, ବଡ଼ ପୁଅ ବିଶେଶ୍ୱର ଦାସ, ତାଙ୍କ ବୌହୂ ମାନସୀ ଦାସ ଓ ତାଙ୍କର ପରିବାର ।

ଆର୍ଥିକ ଅଭାବ ଥିବା ଦର୍ଶାଇ ପାଖାପାଖି ଦେଢ଼ ବର୍ଷ ପୂର୍ବେ ନିଜ ଘରକୁ ବିକ୍ରି କରିବା ପାଇଁ କହି କୋଏଲ ନଗର ଅଞ୍ଚଳର ଅନ୍ୟ ଜଣେ ରାଉରକେଲା ଇସ୍ପାତ କାରଖାନା ରିଟାର୍ଡ କର୍ମଚାରୀ ନୀଳମଣି ପାଢ଼ୀଙ୍କ ନିକଟରୁ ୫୩ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଘର ଦେବା ପରିବର୍ତ୍ତେ ବାରମ୍ବାର ସମୟ ଗଡାଇବା ସହିତ ମାନସିକ ନିର୍ଯାତନା ଦେଇ ଚାଲିଥିଲେ । ତେବେ ଶେଷରେ ନୀଳମଣି ଥାନାରେ ଦ୍ୱାରସ୍ଥ ହେବା ପରେ ବର୍ତ୍ତମାନ ପୁଅ, ବାପା ଏବଂ ବୋହୂକୁ ଉଠାଇ ନେଇଛି ଝିରପାଣି ପୋଲିସ । ଏପରିକି ପୂର୍ବରୁ ମଧ୍ୟ ଅନେକ ଲୋକଙ୍କ ନିକଟରୁ ବିରଜା ପ୍ରସାଦ ଦାସ ଏବଂ ତାଙ୍କ ପୁଅ ବୋହୂ ଏଭଳି ଘର ବିକିବାକୁ କହି ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପ୍ରାୟ ଏକ କୋଟି ଦଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା କୁହାଯାଉଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details