ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ବଡ଼ ଭେଟି । ଦେଶରେ ୫୦୮ଟି ଷ୍ଟେସନର ଆଧୁନିକରଣ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ୫୦୮ଟି ରେଳ ଷ୍ଟେସନ ମଧ୍ୟରୁ ରାଜଗାଙ୍ଗପୁର ରେଳ ଷ୍ଟେସନ ସାମିଲ ହୋଇଛି । ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁନ୍ଦରଗଡ଼ ଜିଲ୍ଲାରେ ରାଜଗାଙ୍ଗପୁର ରେଳ ଷ୍ଟେସନ ସ୍ଥାନ ପାଇଥିଲା । ରାଜଗାଙ୍ଗପୁର ଷ୍ଟେସନର ବର୍ତ୍ତମାନ ଆଧୁନିକକରଣ ହେବ । ଅମୃତ ଭାରତ ଷ୍ଟେସନ ଯୋଜନାରେ ଅନ୍ତର୍ଗତ ଷ୍ଟେସନର ରୂପାନ୍ତରଣ ହେବାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଓଡ଼ିଶାରେ ୨୫ଟି ଷ୍ଟେସନର ଆଧୁନିକରଣର ଶିଳାନ୍ୟାସ ହୋଇଛି । ଷ୍ଟେସନର ପୁନଃ ବିକାଶରେ ୫୩୨ କୋଟି ଟଙ୍କା ନିବେଶ ହେବ ।
ଅଧିକ ପଢନ୍ତୁ: Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି
ସୁନ୍ଦରଗଡ଼ ଜିଲ୍ଲାରେ ରାଜଗାଙ୍ଗପୁର ଷ୍ଟେସନ ଆଧୁନିକରଣର ଶିଳାନ୍ୟାସ କରାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ବୋଲି ଷ୍ଟେସନ ରାଜଗାଙ୍ଗପୁର ରେଳ ଷ୍ଟେସନ ଉନ୍ନତିକରଣ ହେବ । ମୋଟ 30କୋଟି ଟଙ୍କାରେ ରେଳ ଷ୍ଟେସନ ନବିକରଣ କରାଯିବ । ଏହାକୁ ନେଇ ଅଞ୍ଚଳବାସୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାଜଗାଙ୍ଗପୁର ଅଞ୍ଚଳବାସୀ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ।