ରାଉରକେଲା:ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଲା ଭଉଣୀ । ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରି ଏହି ସ୍ନେହର ଡୋରିକୁ ବାନ୍ଧିଛି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏନେଇ ରାଉରକେଲା ସହରର ଅଶାଦୀପ ଦିବ୍ୟାଙ୍ଗ ସ୍କୁଲରେ ଛାତ୍ରଛାତ୍ରୀ ବେଶ ଧୁମଧାମରେ ପାଳନ କରିଛନ୍ତି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇମାନଙ୍କ ହାତରେ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ଏହି ପବିତ୍ର ରକ୍ଷାବନ୍ଧନ ପାଳନ କରିଛନ୍ତି ଦିବ୍ୟାଙ୍ଗ ଛାତ୍ରୀ । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ଭାଇମାନଙ୍କ ହାତରେ ବାନ୍ଧିବାକୁ ନେଇ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।
ଏହା ବି ପଢନ୍ତୁ: Raksha Bandhan 2023: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ
ଭାଇ ଭଉଣୀର ଏ ପବିତ୍ର ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଓ ସୁରକ୍ଷାର ବାର୍ତ୍ତା ନେଇ ରକ୍ଷା ବନ୍ଧନ ପାଳନ କରାଯାଏ । ଦ୍ବୀପ, ଅରୁଆ ଚାଉଳ, ସିନ୍ଦୁର, ଟିକାରେ ରାକ୍ଷୀର ଥାଳି ସୁନ୍ଦର ଭାବେ ସଜା ହୋଇଥାଏ । ପାରମ୍ପରିକ ଭାବେ ଭଉଣୀମାନେ ଭାଇର ସ୍ନେହର ପ୍ରତୀକ ଏବଂ ସୁରକ୍ଷା ପାଇବାର ସଙ୍କେତ ସ୍ୱରୂପ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ପ୍ରତିବଦଳରେ ଭାଇମାନେ ନିଜ ଭଉଣୀଙ୍କୁ ସୁରକ୍ଷା ଦେବା ସହ ସାରା ଜୀବନ ସେମାନଙ୍କ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥାଏ ।