ଓଡିଶା

odisha

ETV Bharat / state

ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟରେ ଲେଫ୍ରିପଡା ଅଞ୍ଚଳବାସୀ - ସୁନ୍ଦରଗଡ ଖବର

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକର ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି । ସମାଧାନ ନେଇ ଜାନୁଆରୀ 13ରେ ଜିଲ୍ଲାପାଳଙ୍କୁ ଭେଟିଥିଲା ବେଳେ ପୁଣି ଥରେ ଗୁରୁବାର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟରେ ଲେଫ୍ରିପଡା ଅଞ୍ଚଳବାସୀ
ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟରେ ଲେଫ୍ରିପଡା ଅଞ୍ଚଳବାସୀ

By

Published : Feb 26, 2021, 1:26 PM IST

ସୁନ୍ଦରଗଡ:ଲେଫ୍ରିପଡା ବ୍ଲକର ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି । ସମାଧାନ ନେଇ ଜାନୁଆରୀ 13ରେ ଜିଲ୍ଲାପାଳଙ୍କୁ ଭେଟିଥିଲା ବେଳେ ପୁଣି ଥରେ ଗୁରୁବାର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ବଙ୍ଗା ପାହାଡ ଓ ଜିଙ୍କ ଖଣିର ଅଜଣା ଭୟରେ ଲେଫ୍ରିପଡା ଅଞ୍ଚଳବାସୀ

ସର୍ଗିପାଲି ଜିଙ୍କ ମାଇନସ୍ ବନ୍ଦ ହେବା ଯୋଗୁଁ ମାଇନସ୍ ଭିତରେ ଜଳ ଜମିବା ଓ ବଙ୍ଗା ପାହାଡ ଦବୁଥିବା କଥା ଏବେ ସ୍ଥାନୀୟ ଲୋକଙ୍କ ସାମାଜିକ ଚଳଣିକୁ ପ୍ରଭାବିତ କରିଛି । ଗୋଟିଏ ପଟେ ସଂଶୟ ଘେରରେ ଜୀବନ ବିତାଉ ଥିବାବେଳେ ଏବେ ସାମାଜିକ ସଂପର୍କ ଯୋଡିବାରୁ ଅସମର୍ଥ ହେଉଥିବା କଥା ସ୍ଥାନୀୟ ଭରତପୁରବାସୀ ଅଭିଯୋଗ ଆଣିଛନ୍ତି ।

ଗତ 13 ଜାନୁଆରୀରେ ବଡବଙ୍ଗା ଗ୍ରାମପଞ୍ଚାୟତର ଭରତପୁର, ଲୋକଡେଗା, ସିଂଘାରମୁଣ୍ଡା ଓ ବଡବଙ୍ଗା ଗ୍ରାମର ଅଧିବାସୀ ମାନେ ଏହି ଅଜଣା ଭୟରୁ ସେମାନଙ୍କୁ ମୁକ୍ତ କରିବା ନେଇ ଜିଲ୍ଲାପାଳଙ୍କୁ ନେହୁରା ହୋଇଥିଲେ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ମୁତାବକ ସେମାନେ ଜିଲ୍ଲାପାଳଙ୍କ ତଦନ୍ତକୁ ଅପେକ୍ଷାକରି କୌଣସି ସୂଚନା ନପାଇବାରୁ ପୁଣି ଥରେ ଗତକାଲି ( ଗୁରୁବାର )ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାପାଳଙ୍କୁ ଉକ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି 1972 ମସିହାରୁ କଟ୍ ଆଣ୍ଡ ଫିଲଡ୍ ମେଥଡରେ ହିନ୍ଦୁସ୍ତାନ ଜିଙ୍କ କମ୍ପାନୀ ଜିଙ୍କ ଉତ୍ତୋଳନ କରି ବିନା ଫିଲିଙ୍ଗରେ କୌଣସି କାରଣ ବଶତଃ 2000 ମସିହାରେ ମାଇନସ୍ କୁ ସଂପୂର୍ଣ୍ଣ ବନ୍ଦ କରି ଫେରାର ହୋଇଯାଇଛି । ତେବେ କମ୍ପାନୀର ଏହି ଭୁଲ କାମ ଯୋଗୁଁ ଏବେ ସ୍ଥାନୀୟ ଲୋକେ ଜୀବନ ବିତାଇବା ନେଇ ସଂଶୟରେ ରହିଛନ୍ତି । କେତେବେଳେ ଭଙ୍ଗା ପାହାଡ ଯେ, ଜଳ ମଧ୍ୟରେ ଲୀନ ନ ହେବ ଓ ତାଙ୍କ ଜୀବନ ଯେ, ରସାତଳକୁ ନ ଯିବ , ସେ ନେଇ ସେମାନେ ସନ୍ଦେହ ଘେରରେ ଅଛନ୍ତି । ଏହି ସମସ୍ୟାର ସମାଧାନ ନେଇ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅପରପକ୍ଷେ ଲୋକଙ୍କ ସମସ୍ୟା ନେଇ ଓଡିଶା ପ୍ରଗତି ଦଳ ମଧ୍ୟ ସ୍ଥାନୀୟ ବାସୀଙ୍କ ସହ ମିଶି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି । କେବଳ ସେତିକି ନୁହେଁ ଜିଲ୍ଲାପାଳ ଯଦି ସେମାନଙ୍କ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନ ନଅନ୍ତି ତେବେ ସେମାନେ ଆସନ୍ତା ମାର୍ଚ୍ଚ 15 ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details