ଓଡିଶା

odisha

ETV Bharat / state

Panchayat Poll: ଶାନ୍ତିଶୃଙ୍ଖଳାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ - ଓଡିଶା ପଞ୍ଚାୟତ ନିର୍ବାଚନ

ସୁନ୍ଦରଗଡ ଜିଲ୍ଲାରେ ଆଜି ତ୍ରିସ୍ତରୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଜିଲ୍ଲାର ସବଡେଗା, କୁତ୍ରା, ନୂଆଗଁ ଓ ବିଶ୍ରା ବ୍ଲକ ପାଇଁ ମତଦାନ ଶେଷ ହୋଇଛି । ଅଧିକ ପଢନ୍ତୁ

Panchayat Poll: ଦ୍ବିତାୟ ପର୍ଯ୍ୟାୟ ମତଦାନ ଶେଷ
Panchayat Poll: ଦ୍ବିତାୟ ପର୍ଯ୍ୟାୟ ମତଦାନ ଶେଷ

By

Published : Feb 19, 2022, 7:08 AM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଆଜି ତ୍ରିସ୍ତରୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଜିଲ୍ଲାର ସବଡେଗା, କୁତ୍ରା, ନୂଆଗଁ ଓ ବିଶ୍ରା ବ୍ଲକ ପାଇଁ ମତଦାନ ଶେଷ ହୋଇଛି । ସବଡେଗାରେ 55%, କୁତ୍ରାରେ 60%, ନୂଆଗାଁରେ 63% ଓ ବିଶ୍ରାରେ 61% ମତଦାନ ହୋଇଥିବା ସୂଚନା ମିଳିଛି ।

Panchayat Poll: ଦ୍ବିତାୟ ପର୍ଯ୍ୟାୟ ମତଦାନ ଶେଷ

ତେବେ ୪ଟି ବ୍ଲକର 64ଟି ଗ୍ରାମ ପଞ୍ଚାୟତର 822ଟି ୱାର୍ଡ ସହ ସମିତି ସଭ୍ୟ ଓ 8ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟର ମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଜିଲ୍ଲାର ଏହି ନିର୍ବାଚନକୁ ସ୍ୱଚ୍ଛ, ନିର୍ମଳ ଓ ଭୟ ଶୂନ୍ୟ କରିବା ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି । ଏହାସହ ଜିଲ୍ଲା ପୋଲିସ ସମସ୍ତ ସମ୍ବେଦନଶୀଳ ବୁଥରେ ପୋଲିସ ବଳୟ ମଧ୍ୟରେ ମତଦାନ ହୋଇଛି ।

ଅନ୍ୟପଟେ ଏସପି ସାଗରିକା ନାଥ ସମ୍ବେଦନଶୀଳ ବୁଥ ବୁଲିବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସବଡେଗା ବ୍ଲକର 40ଟି ବୁଥ ସମ୍ବେଦନଶୀଳ ଥିବା ବେଳେ ଅତି ସମ୍ବେଦନଶୀଳ ବୁଥ ଭାବେ 9ଟି ବୁଥ ଚିହ୍ନଟ କରାଯାଇଥିଲା । ଏହି ସବୁ ବୁଥରେ ଟାସ୍କ ଫୋର୍ସ, ଆଡିସନାଲ ଫୋର୍ସ, ମୋବାଇଲ ସୁପରଭାଇଜର ଓ ଡିଏସପି ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପରି ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ଏସପି କହିଛନ୍ତି ।

ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ 4ଟି ବ୍ଲକର 150 ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସବଡେଗା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ( କ ଓ ଖ ) ପାଇଁ 7 ଜଣ ପ୍ରାର୍ଥୀ , ସମିତି ସଭ୍ୟ ପାଇଁ 70 ଜଣ , ସରପଞ୍ଚ ପାଇଁ 74 ଜଣ ଓ ୱାର୍ଡ ମେମ୍ୱର ପାଇଁ 149 ଜଣ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ସେହିପରି କୁତ୍ରା ବ୍ଲକର 2ଟି ଜିଲ୍ଲା ପରିଷଦ ଆସନ( କ ଓ ଖ ) ପାଇଁ 7 ଜଣ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ 66 ଜଣ, ସରପଞ୍ଚ ପାଇଁ 96 ଜଣ ଓ ୱାର୍ଡ ମେମ୍ୱର ପାଇଁ 91 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଏଥିସହ ନୂଆଗାଁ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ( କ ଓ ଖ )ପାଇଁ 9 ଜଣ, ସମିତି ସଭ୍ୟ ପାଇଁ 92 ଜଣ, ସରପଞ୍ଚ ଲାଗି 101 ଜଣ ୱାର୍ଡ ମେମ୍ୱର 138 ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରୁଛନ୍ତି ।

ସେହିପରି ବିଶ୍ରା ବ୍ଲକର 2ଟି ଜିଲ୍ଲା ପରିଷଦ ଆସନ ପାଇଁ 15 ଜଣ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ 63 ଜଣ, ସରପଞ୍ଚ 76 ଜଣ ଓ ୱାର୍ଡ ମେମ୍ୱର ଲାଗି 120 ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରୁଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details