ଓଡିଶା

odisha

By

Published : Jul 11, 2023, 10:29 AM IST

ETV Bharat / state

ଗରିବଙ୍କ ଚାଉଳ ହରିଲୁଟ୍‌, PDS ଚାଉଳ ଭର୍ତ୍ତି ଟ୍ରକ ଜବତ

ଗରିବଙ୍କ ଚାଉଳରେ ବି ଲୁଟ୍‌ । ରାଉରକେଲାରେ ବେଧଡ଼କ ହରିଲୁଟ୍‌ ହେଉଛି ଗରିବଙ୍କ ଚାଉଳ । PDS ଚାଉଳ ଭର୍ତ୍ତି ଟ୍ରକ ଜବତ ହୋଇଛି । ଏହି ଦୁର୍ନୀତି ନୂଆ ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

pds rice corruption in Rourkela
ଚାଉଳ ଭର୍ତ୍ତି ଟ୍ରକ ଜବତ

ଚାଉଳ ଭର୍ତ୍ତି ଟ୍ରକ ଜବତ

ରାଉରକେଲା:ପିଡିଏସ ଚାଉଳ ଦୁର୍ନୀତିର ଗନ୍ତାଘର ପାଲଟିଛି ରାଉରକେଲା । ବେଧଡ଼କ ହରିଲୁଟ୍‌ ହେଉଛି ଗରିବଙ୍କ ଚାଉଳ । ରାଉରକେଲାରୁ ଚୋରା ଚାଲାଣ ହେଉଥିବା ପିଡିଏସ ଚାଉଳ ଗାଡ଼ି ଧରା ପଡିଛି । ଗନ୍ତବ୍ୟସ୍ଥଳ ବଦଳରେ ଅନ୍ୟତ୍ର ଚାଉଳ ଚୋରା ଚାଲାଣ ହେଉଥିଲା । ଚାଉଳ ଚୋରା ଚାଲାଣ କାରବାରରେ ଯୋଗଣା ବିଭାଗ ଅଧିକାରୀ ସୁରକ୍ଷା କବଜ ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପିଡିଏସ ଚାଉଳ ଗୋଟିଏ ସ୍ଥାନକୁ ଯିବା ପରିବର୍ତ୍ତେ ଅନ୍ୟ ସ୍ଥାନକୁ ନେଇ ବିକ୍ରି କରି ଦିଆଯାଉଥିବା ଅଭିଯୋଗ ହୋଇଛି । ଟ୍ରାକିଂ ଦାୟିତ୍ବରେ ଥିବା ଯୋଗାଣ ଗୋଦାମର କର୍ମଚାରୀ ଏମାନଙ୍କ ସୁରକ୍ଷା କବଚ ସାଜିଥିବା ଅଭିଯୋଗ ହୋଇଛି । ରାଉରକେଲା ଏସ୍‌ଟିଆଇ ଯୋଗାଣ ଗୋଦାମରୁ ନୂଆଗାଁ କର୍କଟନାସା ପଞ୍ଚାୟତକୁ ଯାଉଥିବା ୨୪୯ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଲାଠିକଟା ବ୍ଲକସ୍ଥ ବିରକେରାରୁ ଉଦ୍ଧାର ଘଟଣା ଘଟିବା ପରେ ଯୋଗାଣ ବିଭାଗର ଗୁମର ଖୋଲିଛି ।

ଉଭୟ ପରିବହନ ଠିକା ସଂସ୍ଥା ଓ ଯୋଗାଣ ବିଭାଗର କିଛି କର୍ମକର୍ତ୍ତାଙ୍କ ଭିତିରି ସଲାସୁତୁରାରୁ ବର୍ଷବର୍ଷ ଧରି ଗରିବଙ୍କ ଚାଉଳର ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହୋଇଛି । ଧରା ପଡ଼ିଥିବା ୨୪୯ କ୍ୱିଣ୍ଟାଲ PDS ଚାଉଳ ବୋଝେଇ ଟ୍ରକ୍‌ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ । ତାଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ବ୍ଲକ୍‌ର ଯୋଗାଣ ନିରୀକ୍ଷକ ପାଉଲୁସ୍ କେର୍କେଟା ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଛନ୍ତି ।

ଏହା ବି ପଢନ୍ତୁ...PDS ଚାଉଳ ବଣ୍ଟନରେ ଅନିୟମିତତା, ଖଡ଼ିଆଳ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଉରକେଲା STI ସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ନୂଆଗାଁ ବ୍ଲକ୍ କର୍କଟନାସା ପଞ୍ଚାୟତକୁ ଯିବା ପାଇଁ ଦୀନଦୟାଲ ସାହା ନାମକ ଅଧିକୃତ ପରିବହନ ଠିକାଦାରଙ୍କୁ ଟ୍ରାଞ୍ଜିଟ୍‌ ପାସ୍ ଇସ୍ୟୁ ହୋଇଥିଲା । ୨୪୯ କ୍ୱିଣ୍ଟାଲ ଚାଉଳ ବୋଝେଇ ଟ୍ରକ୍‌ଟି କିଛି ଘଣ୍ଟା ମଧ୍ୟରେ ଧାର୍ଯ୍ୟ ସ୍ଥାନରେ ପହଞ୍ଚିବା ପରିବର୍ତ୍ତେ ଲାଠିକଟା ବ୍ଲକ ଅଭିମୁଖେ ଯାଇଥିଲା ଏବଂ ଏହାକୁ ଲାଠିକଟା ବିରକେରା ନିକଟସ୍ଥ ନାକଖଣ୍ଡି ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଟ୍ରକ୍‌ରୁ ଚାଉଳ ବସ୍ତା କଢ଼ାଯାଇ ଜିପ୍‌ ଭ୍ୟାନ ଯୋଗେ ଅନ୍ୟତ୍ର ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଟ୍ରକକୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ ।

ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲ୍ଲୀ ପୋଲିସ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାନପୋଷ ଉପଜିଲ୍ଲାପାଳ କହିଛନ୍ତି । ପରିବହନ ଠିକାସଂସ୍ଥା ମନ୍ଦ ଉଦ୍ଦେଶ୍ୟରେ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଠିକା ସଂସ୍ଥା ଟ୍ରାନ୍ସପୋର୍ଟର ଦିନଦୟାଲ ସାହାକୁ ମଧ୍ୟ ନିଲମ୍ବିତ କରାଯାଇଛି । ରାଉରକେଲା ଏସ୍‌ଟିଆଇ ଛକ ଯୋଗାଣ ଗୋଦାମରୁ ନୂଆଗାଁ ଯାଉଥିବା ପିଡିଏସ୍ ଚାଉଳ ବୋଝେଇ ଟ୍ରକକୁ କିପରି ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀ ଜାଣିପାରିଲେ ନାହିଁ, ତା’ର ମଧ୍ୟ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details