ଓଡିଶା

odisha

ETV Bharat / state

କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ୍‌ ଘଟଣା: ରାଉରକେଲାରେ ପିସିସିର ତଦନ୍ତ କମିଟି - ପଦାରେ ପଡିଲା କଂଗ୍ରେସର ଅନ୍ତଃକନ୍ଦଳ

କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ ଘଟଣାର ତଦନ୍ତ ପାଇଁ ରାଉରକେଲାରେ ପହଞ୍ଚିଲା ପିସିସିର ତଦନ୍ତ କମିଟି । ଅଧିକ ପଢ଼ନ୍ତୁ

fight between Congress leaders
fight between Congress leaders

By

Published : May 15, 2023, 12:48 PM IST

କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ୍‌ ଘଟଣା

ରାଉରକେଲା:ପଦାରେ ପଡିଲା କଂଗ୍ରେସର ଅନ୍ତଃକନ୍ଦଳ। ସାମ୍ବାଦିକ ସମ୍ମିଳନୀ ସମୟରେ ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ। ରଣକ୍ଷେତ୍ର ପାଲଟିଲା ସମ୍ମିଳନୀ କକ୍ଷ। ଗତ 12 ତାରିଖରେ ରାଉରକେଲା ସେକ୍ଟର 21 କଂଗ୍ରେସ ଭବନରେ କଂଗ୍ରେସର ଦୁଇ ନେତାଙ୍କ ମଧ୍ୟରେ ମାରପିଟ୍‌ ଚିତ୍ର ସାମ୍ନାକୁ ଆସିଥିଲା । ଏହି ଘଟଣାର ତଦନ୍ତ କରିବା ପାଇଁ ରାଉରକେଲାରେ ପହଞ୍ଚିଲା ପିସିସିର ତଦନ୍ତ କମିଟି । କାହିଁକି କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ ଏବଂ ପିସିସି ସମ୍ପାଦକ ମୋତିଲାଲ ଦାସ ଏହି କମିଟିରେ ରହିଛନ୍ତି । କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଏପରି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେଲା ସେନେଇ କଂଗ୍ରେସ ନେତାଙ୍କ ସହ ଆଲୋଚନା କରାଯାଉଛି । ତଦନ୍ତ ପରେ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହାପରେ ମୁହାଁମୁହିଁ ହୋଇଥିବା ଦୁଇ ନେତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନିଷ୍ପତ୍ତି ନିଆଯିବ । ଗତ ମେ' ୧୨ ତାରିଖରେ ବରିଷ୍ଠ ନେତା ଉମେଶ ଶରଣ ଏବଂ ଶବିର ହୁସେନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ଉଗ୍ର ହେଉଛି କଂଗ୍ରେସର ଦଳୀୟ କନ୍ଦଳ, ସାମ୍ବାଦିକ ସମ୍ମଳନୀରେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ

ସୂଚନା ଅନୁଯାୟୀ, ଗତ ମେ' 12 ତାରିଖରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ସମୟରେ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତା ଯଥା ବର୍ତ୍ତମାନ ପିସିସି ମେମ୍ବର ଏବଂ ପୂର୍ବତନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରେ ପ୍ରଥମେ ପରସ୍ପରର ପଦ ପଦବୀକୁ ନେଇ ବଚସା ଆରମ୍ଭ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ କିଏ ମଝିରେ ବସିବ ଓ କିଏ କଡ଼ରେ ବସିବ ଏହାକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରସ୍ପରକୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ନେତାଏ ଗୁରୁତର ଆହତ ହୋଇଥିଲେ । ଏଭଳି ଘଟଣାକୁ ନେଇ ରାଉରକେଲାରେ କଂଗ୍ରେସ ସଂଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ତେବେ ରାଉରକେଲା କଂଗ୍ରେସରେ ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଉରକେଲା ଆସିଥିବା ସମୟରେ କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି ସଂଘର୍ଷ ଦେଖିବାକୁ ମିଳିଥିଲା । ଯାହା ସେତେବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details