ଓଡିଶା

odisha

By

Published : Jun 30, 2023, 4:36 PM IST

ETV Bharat / state

ରଥଯାତ୍ରା କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ, ଜଣେ ମୃତ 2 ନିଖୋଜ

ରଥଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହରିୟାଣା ସ୍ଥିତ ପାନିପଥ ଯାଇଥିଲା ସାଂସ୍କୃତିକ ସଂଗଠନ । ହେଲେ ଫେରିବା ସମୟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନିଖୋଜ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ରଥଯାତ୍ରା କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ
ରଥଯାତ୍ରା କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ

ରଥଯାତ୍ରା କାର୍ଯ୍ୟକ୍ରମରୁ ଫେରିବା ବେଳେ ଅଘଟଣ

ସୁନ୍ଦରଗଡ଼: ରଥଯାତ୍ରା ଉତ୍ସବରେ ଯୋଗଦେଇ ଫେରୁଥିବାବେଳେ ଅଘଟଣ ଘଟିଛି । ସାଂସ୍କୃତିକ ଦଳର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଜଣ ନିଖୋଜ ଅଛନ୍ତି । ସୁନ୍ଦରଗଡ ଜିଲ୍ଲା ବଣାଇଠାରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଦିଲ୍ଲୀ ପାନିପଥଠାରେ ବେଶ ଧୁମଧାମରେ ଆୟୋଜିତ ହୋଇଛି ରଥଯାତ୍ରା । ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରୁ 160 ଜଣ କଳାକାର ପାନିପଥକୁ ରଥଯାତ୍ରା ଉପଲକ୍ଷେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବଣାଇ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ 9ଟି ଗ୍ରୁପର ୧୬୦ ଜଣଙ୍କୁ ନେଇ ପାନିପଥରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଇଥିଲେ ।

କାର୍ଯ୍ୟକାରିଣୀ ସଭାପତି ପଦ୍ମ ଚରଣ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ବଣାଇ ଉପଖଣ୍ଡର ୪ଟି ବ୍ଲକରୁ ୧୬୦ ଜଣ କଳାକାର ଯାଇଥିଲେ। ୧୭ ତାରିଖ ଦିନ ରାଉରକେଲାରୁ ଟ୍ରେନ ଯୋଗେ ସେମାନେ ଦିଲ୍ଲୀ ଯାତ୍ରା କରିଥିଲେ । ତେବେ ପାନିପଥଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ସିନ୍ଦୂର କଳା ଗ୍ରାମର ବୀରେନ ନାଏକ ହଠାତ ଅସୁସ୍ଥ ହୋଇପଡିଲେ । ଚିକିତ୍ସା ପାଇଁ ବୀରେନଙ୍କୁ ସିଧାସଳଖ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଅନ୍ୟ କଳାକାରମାନେ ଫେରୁଥିବା ସମୟର ଅଜଣା ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ପଡିଥିବାବେଳେ 4 ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଘରକୁ ଫେରି ଆସିଥିବାବେଳେ ସିନ୍ଦୂରକଳା ଗ୍ରାମର ଶୁକ୍ରୁ ନାଏକ ଓ ମଝୁର୍ ଢ଼ିମା ଗ୍ରାମର ଶଙ୍କର ନାଏକ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି । ତେବେ ତାଙ୍କ ପାଖରେ ମୋବାଇଲ ନଥିବାରୁ ଯୋଗାଯୋଗ ହୋଇପାରୁନାହିଁ । ପରିବାର ଏବଂ ସାଂସ୍କୃତିକ ପରିଷଦର ସମସ୍ତ ସଦସ୍ୟମାନେ ଏହାକୁ ନେଇ ଚିନ୍ତାରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସୁନାବେଶ ଦେଖିବାକୁ ଯିବାବେଳେ ସଡକ ଦୁର୍ଘଟଣା,୧୬ ଆହତ

ଅପରପକ୍ଷେ, ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇନଥିବା ଜଣାପଡ଼ିଛି । କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦର ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟ ଚୁପ୍ ରହିବା ସହ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସତ ବୋଲି ସ୍ବୀକାର କରିଛନ୍ତି କାର୍ଯ୍ୟକାରିଣୀ ସଭାପତି ପଦ୍ମ ଚରଣ ଆଚାର୍ଯ୍ୟ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଅପରପକ୍ଷେ ଅଭିଯୋଗ ନକରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details