ଓଡିଶା

odisha

ETV Bharat / state

ଅପହରଣ ଓ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ, ଜଣେ ଗିରଫ - ଦିଷ୍କର୍ମ ମାମଲାରେ ଜଣେ ଗିରଫ ସୁନ୍ଦରଗଡ

ସୁନ୍ଦରଗଡରେ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବୋଲେରୋ ଜବତ କରିଛି । ଅଧିକ ପଢନ୍ତୁ....

ଅପହରଣ ଓ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ, ଜଣେ ଗିରଫ
ଅପହରଣ ଓ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ, ଜଣେ ଗିରଫ

By

Published : Jan 23, 2021, 10:41 PM IST

ସୁନ୍ଦରଗଡ: ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ । ତଦନ୍ତ କରି ମାମଲାର ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଘଟଣାରେ ବ୍ୟବହୃତ ହୋଇଥିବା ବୋଲେରୋକୁ ପୋଲିସ ଜବତ କରିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଉଠାଇ ନେଇ ଅନ୍ୟତ୍ର ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଥିଲେ । କୌଶଳକ୍ରମେ ମହିଳା ଜଣକ ସେଠାରୁ ଖସିଆସି ଏନେଇ ଗତ 21 ତାରିଖରେ ଜିଲ୍ଲା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲାର ଛାନଭିନ୍ କରି ଆଜି(ଶୁକ୍ରବାର) ଅଭିଯୁକ୍ତକୁ ଗିରଫ କରିବା ସହ ଗାଡିକୁ ଜବତ କରିଛି । ସାଇଣ୍ଟିଫିକ ଟିମ୍ ସହୟତାରେ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଡୁରୁବଗା ବୋଲି ଜଣାପଡିଛି । ଅନ୍ୟପଟେ ପୀଡିତାଙ୍କ ଘର ଦିଲ୍ଲୀ ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details