ରାଉରକେଲା:ବସ କାର ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ କାର୍ଯ୍ୟରତ ମହିଳା ଏଏସଆଇଙ୍କ ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ । ତେବେ ବସ ଉପରେ ଆକ୍ରମଣ ହେଉଥିବା ବେଳେ ଏହାକୁ ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ଏଏସଆଇ ଜଣକ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ରବିବାର ଅପରାହ୍ନ ପାଖାପାଖି 3ଟା ବେଳେ ଏକ କାର ଓ ବସ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଯାହାକୁ ନେଇ 2 ଗାଡି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଦେଖାଯାଇଥିଲା । ଏନେଇ ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ଇଲିସ ଲୁଗୁନ ଖବର ପାଇବା ପରେ ଏହି ବିବାଦର ସମାଧାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେହି ସମୟରେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ସେଠାରେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ 3ଟା ସୁଦ୍ଧା ରାଜା ଗୋଲ୍ଡ଼ ନାମକ ଏକ ଘରୋଇ ବସ ରାଜଗାଙ୍ଗପୁରରୁ ରାଉରକେଲା ଅଭିମୁଖେ ଆସୁଥିଲା । ଏହି ସମୟରେ ରାଉରକେଲା ଅଗ୍ରସେନ ଭବନ ନିକଟରେ ଗଳି ଭିତରୁ ଏକ କାର ବାହାରି ଆସି ଓଭରଟେକ କରିବାକୁ ଚେଷ୍ଟା କରୁଥିବା ବେଳେ ବସ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ତେବେ କାରଟି ଜଣେ ନାବାଳକ ଚଳାଉଥିବା ନେଇ ପ୍ରାଥମିକ ସୂଚନା ରହିଛି । ସେଠାରେ ଦୁର୍ଘଟଣା ହେବା ପରେ କାରରେ ବସିଥିବା ନାବାଳକର ବାପା ଓ ବସ୍ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ବସ୍ ମାଲିକ କ୍ଷତିପୂରଣ ଦେବାକୁ ମଧ୍ୟ ରାଜି ହୋଇଯାଇଥିଲେ ।
ଏହାମଧ୍ୟ ପଢନ୍ତୁ..Nuapada Accident: ଭାରସାମ୍ୟ ହରାଇ ପାଣି ଟାଙ୍କିକୁ ଧକ୍କା ଦେଲା ବାଇକ୍, 3 ମୃତ