ରାଉରକେଲା: ସାରା ରାଜ୍ୟରେ ଧୁମଧାମରେ ପାଳନ ହେଉଛି ଓଡିଶା ପୋଲିସ ଦିବସ । ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଆମ ରାଜ୍ୟର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ । ସୁରକ୍ଷା ବାହୀନିରେ ପୋଲିସ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ପୋଲିସ, ଏବଂ GRP ପୋଲିସ ଆଦି ସାମିଲ ହୋଇଥିଲେ । ତେବେ ସାରା ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସବୁଠାରେ ସଜାଗ ହୋଇ ରହିଛନ୍ତି ରାଜ୍ୟ ପୋଲିସ ବିଭାଗ । 1936 ମସିହା ଏପ୍ରିଲ 1 ତାରିଖରେ ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ।
ଏହା ବି ପଢ଼ନ୍ତୁUtkal Divas 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଏହାସହ ଓଡ଼ିଶାର ଗର୍ବ ଗୌରବ ବୋଲାଉଥିବା ଏବଂ ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସଜାଗ ଥିବା ପୋଲିସ ବାହିନୀ ମଧ୍ୟ ପ୍ରତିଷ୍ଠା କରିଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ସହ ଓଡିଶା ପୋଲିସ ଦିବସ ପାଳନ କରାଯାଏ । ଆଜି ରାଉରକେଲା ପୋଲିସ ପକ୍ଷରୁ ମଧ୍ୟ ପୋଲିସ ଦିବସ ଧୁମଧାମରେ ପାଳନ କରାଯାଇଛି । ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ପ୍ୟାରେଡ଼ ପ୍ରଦର୍ଶନ କରି ରାଜ୍ୟ ପୋଲିସ ଦିବସ ପାଳନ କରାଯାଇଛି । ତେବେ ପ୍ରାୟ ୭ଟି ପ୍ଲାଟୁନ ପୋସିସ ପରେଡ଼ ପ୍ରଦର୍ଶନ କରାଯାଇଥିଲା । ଫରେଡ଼ ପ୍ରଦର୍ଶନ ପରେ ନିଜ କାର୍ଯ୍ୟ ବୀର ପୋଲିସମାନଙ୍କୁ ସମ୍ମାନିତ କରାଯାଇଥିଲା । ନିଜର