ଓଡିଶା

odisha

ETV Bharat / state

ରାସ୍ତା, ଗୃହନିର୍ମାଣ ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବେ ସାରଦା - health

ରାଉରକେଲା ବିଧାନସଭା ସିଟ୍‌ରେ ବିଜୟ ଲାଭ ପରେ ରାସ୍ତା ନିର୍ମାଣ, ଗୃହ ଯୋଗାଣ ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନବନିର୍ବାଚିତ ବିଧାୟକ ସାରଦା ପ୍ରସାଦ ନାୟକ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

By

Published : May 24, 2019, 5:11 PM IST

Updated : May 24, 2019, 5:40 PM IST

ରାଉରକେଲା: ରାଉରକେଲା ବିଧାନସଭା ସିଟ୍‌ରେ ବିଜୟ ଲାଭ ପରେ ରାସ୍ତା ନିର୍ମାଣ, ଗୃହ ଯୋଗାଣ ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ନବନିର୍ବାଚିତ ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ରେକର୍ଡ ସଂଖ୍ୟକ ଭୋଟ୍‌ରେ ଜିତିବା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହା ସହିତ ରାଉରକେଲାର ବିକାଶରେ କେନ୍ଦ୍ର ଓ ଜୁଏଲ୍‌ଙ୍କ ସହଯୋଗ ଲୋଡିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ପୂର୍ବତନ ମନ୍ତ୍ରୀ କହିଛନ୍ତି, ରାଉରକେଲାର ବିକାଶରେ କେନ୍ଦ୍ର ତଥା ଜୁଏଲଙ୍କ ସହଯୋଗ ଦରକାର। ରାଉରକେଲା ସ୍ମାର୍ଟସିଟି ହେବା ସତ୍ତ୍ବେ ରାଜରାସ୍ତାର ଅବସ୍ଥା ବହୁତ ଖରାପ। ସ୍ବାସ୍ଥ୍ୟସେବା ଭୁଶୁଡି ପଡିଥିବା ବେଳେ ଏଠାରେ ଗରିବଙ୍କୁ ଘର ଯୋଗାଣ ଉପରେ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି।


ସୁନ୍ଦରଗଡ଼ ଜିଲ୍ଲାର ଲୋକସଭା ସିଟ୍‌ ବିଜେଡି ହରାଇଛି । ସେହିପରି 7ଟି ବିଧାନସଭା ସିଟ୍‌ ମଧ୍ୟରୁ କେବଳ ରାଉରକେଲା ତଥା ରଘୁନାଥପଲ୍ଲୀ ସିଟ୍ ଅକ୍ତିଆର କରିପାରିଛି ବିଜେଡି।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 24, 2019, 5:40 PM IST

For All Latest Updates

ABOUT THE AUTHOR

...view details