ସୁନ୍ଦରଗଡ: ଏନଟିପିସି କୋଭିଡ ହସପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଲା ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ । କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ସଠିକ ଚିକିତ୍ସା କରାଯାଉନଥିବା, ରୋଗୀଙ୍କ ପରିବାରକୁ ରୋଗୀଙ୍କ ସ୍ଥିତି ସଂପର୍କରେ ସୂଚନା ମିଳୁନଥିବା, ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା, ଅକ୍ସିଜେନ ବ୍ୟବସ୍ଥାରେ ତୃଟି ଓ ସଠିକ ସମୟରେ ଅକ୍ସିଜେନ ରୋଗୀଙ୍କୁ ମିଳୁନଥିବା ପରି ଅଭିଯୋଗକୁ ନେଇ ଶୁକ୍ରବାର ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି ।
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ଗର୍ଜିଲା ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ - NTPC Covid Hospital
ସୁନ୍ଦରଗଡ ଏନଟିପିସି କୋଭିଡ ହସ୍ପିଟାଲ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଲା ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ । ଅଧିକ ପଢନ୍ତୁ...
ସୁନ୍ଦରଗଡ ଏନଟିପିସି କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ଗର୍ଜିଲା ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ
ତେବେ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂରେ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିବା ସହ ସମସ୍ୟାର ଆଶୁ ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ପ୍ରଦାନ କରିଛି । ରୋଗୀ ଓ ରୋଗୀଙ୍କ ପରିବାର ଲୋକେ ଏନେଇ ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ ଜଣାଇବାରୁ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଯୁବ ମଞ୍ଚର ସଦସ୍ୟ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ