ଓଡିଶା

odisha

ETV Bharat / state

‘NO VACCINE, NO RATION’ ଗୁଜବ, ସୁନ୍ଦରଗଡରେ ପରିସ୍ଥିତି ଅସମ୍ଭାଳ - NO VACCINE NO RATION

‘ଟିକା ନାହିଁ ତ ରାସନ ନାହିଁ’, ଗୁଜବକୁ ନେଇ ବଣାଇ, ଗୁରୁଣ୍ଡିଆ ଓ ଲହୁଣିପଡାରେ ପରିସ୍ଥିତି ଅସମ୍ଭାଳ । ଅଧିକ ପଢନ୍ତୁ...

‘କୋଭିଡ ଟିକା ନ ନେଲେ କଟିଯିବ ରାସନ’, ଗୁଜବକୁ ନେଇ ପରିସ୍ଥିତି ଅସମ୍ଭାଳ
‘କୋଭିଡ ଟିକା ନ ନେଲେ କଟିଯିବ ରାସନ’, ଗୁଜବକୁ ନେଇ ପରିସ୍ଥିତି ଅସମ୍ଭାଳ

By

Published : Aug 15, 2021, 1:03 PM IST

Updated : Aug 16, 2021, 4:01 AM IST

ସୁନ୍ଦରଗଡ଼: ‘'ଟିକା ନାହିଁ ତ ରାସନ ନାହିଁ’, ଏଭଳି ଗୁଜବକୁ ନେଇ ବଣାଇ, ଗୁରୁଣ୍ଡିଆ ଓ ଲହୁଣିପଡାରେ ପରିସ୍ଥିତି ଅସମ୍ଭାଳ । ଗୋଟିଏ ପଟେ ଆବଶ୍ୟକ ସଂଖ୍ୟକ କୋରୋନା ଟିକା ନ ମିଳିବା ଓ ଅନ୍ୟପଟେ କୋରୋନା ଟିକା ନ ନେଲେ ଉପଭୋକ୍ତାଙ୍କ ରାସନ କାର୍ଡ ସରକାରୀ ତାଲିକାରୁ ହଟିଯିବା ପରି ଏକ ଗୁଜବ ସାଧାରଣରେ ଏବେ ସମସ୍ୟା ସୃଷ୍ଟି କରିବା ସହ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି ।

‘NO VACCINE, NO RATION’ ଗୁଜବ, ସୁନ୍ଦରଗଡରେ ପରିସ୍ଥିତି ଅସମ୍ଭାଳ

ଏହି ଗୁଜବକୁ ନେଇ ହିତାଧିକାରୀମାନେ ଏବେ ଟିକା ନେବା ପାଇଁ ଧାଡି ଲଗାଉଛନ୍ତି । ସ୍ବଳ୍ପ ପରିମାଣ ଟିକା ଉପଲବ୍ଧ ହେଉଥିବାରୁ ଅନେକ ଧାଡି ଲଗାଇ ଫେରୁଥିବା ନେଇ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ଲେକେ ଠେଲାପେଲା ହେବାସହ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ । ଲୋକଙ୍କ ଏହି ସଂଶୟ ଦୂର କରିବା ଓ ସୁରୁଖୁରରେ ଟିକାଦାନ କରିବା ନେଇ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୂତୟନ ହୋଇଥିଲା । ତେବେ ଏହି ଗୁଜବ ମିଛି ଓ ଏହା ଉପରେ ତଦନ୍ତ କରାଯାଇ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ବ୍ୟବସ୍ଥା କରୁଥିବା କଥା ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ କହିଛନ୍ତି ।

କେବଳ ସେତିକି ନୁହେଁ ଗୁଜବଠାରୁ ଲୋକଙ୍କୁ ଦୂରେଇ ରହିବା ନେଇ ବଣାଇ, ଗୁରୁଣ୍ଡିଆ ଓ ଲହୁଣୀପଡା ବିଡିଓଙ୍କୁ ଜନସଚେତନତା କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

Last Updated : Aug 16, 2021, 4:01 AM IST

ABOUT THE AUTHOR

...view details