ସୁନ୍ଦରଗଡ: ଏମସିଏଚ (MCH)ରେ ରୋଗୀ ସେବାରେ ପାତରଅନ୍ତର ଘଟଣା । ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମାନବ ଅଧିକାର କମିଶନ । ଗତବର୍ଷ ମେ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଯାହାର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । NHRCଙ୍କ ନିକଟରେ ଅଭିଯୋଗ ପରେ ଦୀର୍ଘ ୯ ମାସ ପରେ ମାମଲାରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗକାରୀ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦପ୍ତରରେ ନିବୃତ୍ତ କୋଠରୀ ମଧ୍ୟରେ ତଦନ୍ତ ହୋଇଛି । ଏହି ସମୟରେ ସାଧାରଣ ଲୋକ କିମ୍ବା ମିଡିଆର ପ୍ରବେଶକୁ ନିଷେଦ୍ଧ କରାଯାଇଥିଲା । ତଦନ୍ତରେ ସମ୍ପୃକ୍ତ ଅଭିଯୋଗକାରୀ ମହିଳା, ଜଣେ ସମାଜସେବୀ ତଥା ପ୍ରତ୍ୟକ୍ଷଦର୍ଶୀ, ସେଦିନ ଡ୍ୟୁଟିରେ ଥିବା ଡାକ୍ତର , ଅଲ୍ଟ୍ରାସାଉଣ୍ଡ ଟେକନିସିଆନ , ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଓ ନିଜେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ । ତେବେ ଯେଉଁ ତଦନ୍ତ ହୋଇଛି, ତାହାକୁ ମୂଲ୍ୟହୀନ କହିଛନ୍ତି ଅଭିଯୋଗକାରୀ ଓ ଉପସ୍ଥିତ ସମାଜସେବୀ । ଯେଉଁମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ସେହି ସମସ୍ତଙ୍କୁ ତଦନ୍ତ ସ୍ଥଳରେ ଦେଖିବାକୁ ମିଳିଥିଲା ବୋଲି ଉଭୟ ଅଭିଯୋଗ କରିଛନ୍ତି ।