ଓଡିଶା

odisha

ETV Bharat / state

ସୁନ୍ଦରଗଡକୁ CMଙ୍କ ଭେଟି, ତିନୋଟି ପ୍ରକଳ୍ପ ପାଇଁ ମଞ୍ଜୁର କଲେ 1279 କୋଟି - 1,279 crore for three projects in Sundargarh

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଐତିହାସିକ ପଦକ୍ଷେପ । ସୁନ୍ଦରଗଡ଼ରେ ତିନୋଟି ପ୍ରକଳ୍ପ ପାଇଁ 1279 କୋଟି ଟଙ୍କା ମଞ୍ଜୁର କଲେ ନବୀନ । ଏହି ପ୍ରକଳ୍ପରେ 2ଟା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ରାସ୍ତା ସ୍ଥାନିତ ରହିଛି। ଅଧିକ ପଢନ୍ତୁ...

ସୁନ୍ଦରଗଡବାସୀଙ୍କ ପାଇଁ ସିଏମଙ୍କ ନୂଆ ଭେଟି, ତିନୋଟି ପ୍ରକଳ୍ପ ପାଇଁ ମଞ୍ଜୁର କଲେ 1279 କୋଟି ଟଙ୍କା
ସୁନ୍ଦରଗଡବାସୀଙ୍କ ପାଇଁ ସିଏମଙ୍କ ନୂଆ ଭେଟି, ତିନୋଟି ପ୍ରକଳ୍ପ ପାଇଁ ମଞ୍ଜୁର କଲେ 1279 କୋଟି ଟଙ୍କା

By

Published : Jul 18, 2021, 8:47 AM IST

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଐତିହାସିକ ପଦକ୍ଷେପ । ସୁନ୍ଦରଗଡ଼ରେ ତିନୋଟି ପ୍ରକଳ୍ପ ପାଇଁ 1279 କୋଟି ଟଙ୍କା ମଞ୍ଜୁର କଲେ ନବୀନ । ଏହି ପ୍ରକଳ୍ପରେ 2ଟି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ରାସ୍ତା ସ୍ଥାନିତ ରହିଛି । ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀ ଦୁଇଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରିଥିବା କଥା ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୁନ୍ଦରଗଡବାସୀଙ୍କ ପାଇଁ ସିଏମଙ୍କ ନୂଆ ଭେଟି, ତିନୋଟି ପ୍ରକଳ୍ପ ପାଇଁ ମଞ୍ଜୁର କଲେ 1279 କୋଟି ଟଙ୍କା

ଏହାସହ ସୁନ୍ଦରଗଡ ଜିଲ୍ଲାରୁ ରାୟଗଡ ( ଛିତିଶଗଡ)କୁ ସଂଯୋଗ କରୁଥିବା ଟପରିଆ (ସୁନ୍ଦରଗଡ) – ରାୟଗଡ(ଛତିଶଗଡ) (22 କିଲୋମିଟର ) ଦୁଇ ଲେନ ରାସ୍ତା ପାଇଁ 103 କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଛନ୍ତି । ତେବେ ଏହି ରାସ୍ତା 24 ମାସ ଭିତରେ ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି 2ଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଯଥାକ୍ରମେ 389 କୋଟି ଓ 787 କୋଟି ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟ ରଖାଯାଇଛି । 389 କୋଟି ଟଙ୍କାର ଏହି ପ୍ରକଳ୍ପ OMBADC ଦ୍ୱାରା କରାଯିବ ଓ ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ବିଶ୍ରା, ଲାଠିକଟା, ଲହୁଣିପଡା ଓ ବଣାଇଁ ବ୍ଲକର 49ଟି ଗ୍ରାମପଞ୍ଚାୟତର 295 ଟି ଗ୍ରାମର 2 ଲକ୍ଷ 59 ହଜାର 617 ଜଣ ଲୋକ ଉପକୃତ ହେବେ। ସେହିପରି 787 କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପଟି OMBADC ଓ DMF ଯୋଜନାରେ ହେବ ।

ଏହି ଯୋଜନାରେ ବଲିଶଙ୍କରା,ଲେଫ୍ରିପଡା,ଟାଙ୍ଗରପାଲି , ସୁନ୍ଦରଗଡ ( ସଦର ),ବଡଗାଁ ଓ ସବଡେଗା ବ୍ଲକର 84 ଟି ଗ୍ରାମପଞ୍ଚାୟତର 421ଟି ଗ୍ରାମର 3 ଲକ୍ଷ 78 ହଜାର 790 ଜଣ ଲୋକ ଉପକୃତ ହେବେ ବୋଲି ଉଭୟ ମନ୍ତ୍ରୀ ଓ ରାଉରକେଲା ବିଧାୟକ କହିଛନ୍ତି ।

ରାସ୍ତା ଯୋଜନାରେ ସୁନ୍ଦରଗଡ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟପରିଆ ରାସ୍ତାର 06/206 K.M ଠାରୁ 28/564 K.M ପର୍ଯ୍ୟନ୍ତ ରାସ୍ତାକୁ 2 ଥାକିଆ ରାସ୍ତାରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବଂ ଏହି ରାସ୍ତକୁ ପୂର୍ଣ୍ଣାଙ୍ଗ ରୂପ ଦେବାପାଇଁ 24 ମାସର ସମୟ ଧାର୍ଯ୍ୟ କରାଯାଇଛି । ଏହି ରାସ୍ତା ହେଲେ ଉକ୍ତ ଅଞ୍ଚଳରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ଦୂର ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହି ଘୋଷଣା ପରେ ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଏବଂ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details