ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ - ରାଷ୍ଟ୍ରୀୟ ମଜଦୂର କଂଗ୍ରେସ

କେନ୍ଦ୍ର ସରାକରଙ୍କ ବିରୋଧରେ ଗର୍ଜିଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ । ଶ୍ରମ ଓ କୃଷକ ମାରଣ ନୀତି ,କଳା କୃଷି ଆଇନ ଓ ବେକାର ସମସ୍ୟା ବିରୁଦ୍ଧରେ କଲା ସ୍ବର ଉତ୍ତୋଳନ ।

National Labor Congress strike against the central government
କେନ୍ଦ୍ର ସରାକରଙ୍କ ବିରୋଧରେ ଗର୍ଜିଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ

By

Published : Jan 18, 2021, 10:23 PM IST

ସୁନ୍ଦରଗଡ: କେନ୍ଦ୍ର ସରାକରଙ୍କ ଶ୍ରମ ଓ କୃଷକ ମାରଣ ନୀତି , କଳା କୃଷି ଆଇନ ଓ ବେକାର ସମସ୍ୟା ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସୁନ୍ଦରଗଡ ଶାଖା ଗର୍ଜିଛି । ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ନ ମିଳିଲେ ଆସନ୍ତା ଫେବୃଆରୀ ମାସ 15 ତାରିଖରେ ମହିଳାଙ୍କୁ ଧଳା ଲୁଗା ପିନ୍ଧାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ନେଇ ଚେତାବନୀ ଦେଇଛି । ଏ ସଂପର୍କରେ ଆଜି (ସୋମବାର) ସୁନ୍ଦରଗଡ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛି ।

କେନ୍ଦ୍ର ସରାକରଙ୍କ ବିରୋଧରେ ଗର୍ଜିଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହ ସୁନ୍ଦରଗଡ କଂଗ୍ରେସ କର୍ମୀମାନେ ଯୋଗ ଦେଇ ଏକା କଥା ଦୋହାରାଇଛନ୍ତି । କୃଷି ଓ ଶ୍ରମ ସଂଶୋଧନ ଆଇନ ସାରା ଦେଶରେ ଏକ କଳା କାନୁନ ବୋଲି ଉଭୟ କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ କହିଛନ୍ତି । ଦିଲ୍ଲୀରେ କୃଷକ ମାନେ ସଢୁଥିବା ବେଳେ ଓଡିଶାରେ ନିର୍ମାଣ ଶ୍ରମିକ ମାନେ ସଢୁଥିବା କଥା କହିଛନ୍ତି । ସରକାରୀ ସ୍ତରରେ ସମସ୍ତ ସମସ୍ୟା ସୃଷ୍ଟି କରାଯାଇ ଏମାନଙ୍କୁ ଶୋଷଣ କରାଯାଉଥିବା କଥା ଏହି ବିକ୍ଷୋଭକାରୀ ମାନେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details