ରାଉରକେଲା: ପିଲେଟ ପ୍ଲାଣ୍ଟ ସ୍ଥାପନକୁ ନେଇ ବିରୋଧ ପରେ ଗ୍ରାଉଣ୍ଡ ଲେବୁଲରେ ସ୍ଥିତି ସମୀକ୍ଷା କଲା ଜାତୀୟ ସବୁଜ ପ୍ରାଧିକରଣ ଟିମ । ତେବେ ରାଜ୍ୟ ସରକାରଙ୍କ ସହ ଏମ୍ ଓ ୟୁ ସ୍ୱାକ୍ଷରିତ କରି ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବା ସହ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ପୁରଣାପାଣି ପଞ୍ଚାୟତର କପଣ୍ଡ ଠାରେ କାଇ ଇଣ୍ଟର ନ୍ୟାସନାଲ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ସ୍ଥାପନ ହେବାର ଥିଲା । ହେଲେ ପିଲେଟ ପ୍ଲାଣ୍ଟ ଜାତୀୟ ସବୁଜ ପ୍ରାଧିକରଣ ଅଦାଲତର ହସ୍ତକ୍ଷେପ ପରେ ବନ୍ଦ ରହିଥିବା ବେଳେ ଏହି ଅଞ୍ଚଳକୁ ଆସି ଏକ ୫ ଜଣିଆ ତଦନ୍ତକାରୀ ଦଳ ଅଞ୍ଚଳକୁ ତଦନ୍ତ କରି ଫେରିଛନ୍ତି l
ତେବେ ଏଠାରେ ହେବାକୁ ଥିବା ଏହି ପ୍ରକଳ୍ପକୁ ବିରୋଧ କରି କିଛି ଲୋକ ସବୁଜ ପ୍ରାଧିକରଣ ଅଦାଲତରେ ଅଭିଯୋଗ କରିବାରୁ ଏଭଳି ସ୍ଥିତି ଉପୁଜିଛି । ଅଭିଯୋଗ ପରେ କାଇ ଇଣ୍ଟର୍ ନ୍ୟାସନାଲ କମ୍ପାନୀ ପକ୍ଷରୁ ହେଉଥିବା ପ୍ରକଳ୍ପରେ ବନବିଭାଗ ପକ୍ଷରୁ ଚଞ୍ଚକତା କରାଯାଇ ଜଙ୍ଗଲର କିସମ ପରିବର୍ତ୍ତନ କରାଯାଇଥିଲା । ୧୫ ଶହ ଗଛ କଟାଯିବା ନାଁରେ 5000ରୁ ଅଧିକ ଗଛ କଟାଯାଇଥିବା ଓ ତାକୁ ସେହି ସ୍ଥାନରେ ମାଟି ଖୋଲି ପୋତି ଦିଆଯାଇଥିବା ଇତ୍ୟାଦି ଅଭିଯୋଗ କରିଥିଲେ ଅଞ୍ଚଳବାସୀ । ତେବେ ଏହା ପରେ ଜାତୀୟ ସବୁଜ ପ୍ରାଧିକରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ରୋକ୍ ଲଗାଇଥିଲେ ।