ଓଡିଶା

odisha

ETV Bharat / state

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ - ରହସ୍ୟରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟ

ରହସ୍ୟ ଘେରରେ ଛନ୍ଦି ହୋଇଥିବା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ଧିରେ ଧିରେ ସାମ୍ନାକୁ ଆସୁଛି ନୂଆ ରହସ୍ୟ । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟ
ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟ

By ETV Bharat Odisha Team

Published : Sep 24, 2023, 4:59 PM IST

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟ

ରାଉରକେଲା:ଫିଟୁଛି ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଗୁମର ପେଡ଼ି । ରହସ୍ୟ ଘେରରେ ଛନ୍ଦି ହୋଇଥିବା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଧିରେ ଧିରେ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଏହା ହତ୍ୟା ନା ଆତ୍ମହ୍ୟା ଜନିତ ମୃତ୍ୟୁ ତାକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ଆସିଛି ସୁସ୍ମିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସେଥିରେ ଖୁଲାସା ହୋଇଛି ମୃତ୍ୟୁର କାରଣ ।

ବହୁ ଚର୍ଚ୍ଚିତ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାରେ ପୋଲିସକୁ ମିଳିଛି ପୋଷ୍ଟମୋର୍ଟମ ରିପୋର୍ଟ । ତେବେ ଏହି ପୋଷ୍ଟମୋର୍ଟାମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ପାଣିରେ ବୁଡିବା ଯୋଗୁଁ ହୋଇଛି । ଏହାସହ ତାଙ୍କୁ ହତ୍ୟା କରାଯାଇଥିବାର କୌଣସି ପ୍ରକାର ଚିହ୍ନ ନାହିଁ । ପୋଲିସର ଏହି ସୂଚନା ପରେ ଏବେ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଜୀବନ ହାରିଲେ ? କ'ଣ ରହିଛି ଏହା ପଛର ରହସ୍ୟ ? କେଉଁ କାରଣ ଯୋଗୁଁ ଡିପ୍ରେସନର ଶିକାର ହୋଇଥିଲେ ଆସିଷ୍ଟାଣ୍ଟ କଲେକ୍ଟର ?

ତେବେ ସୁସ୍ମିତା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବାବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ଗତ ଶୁକ୍ରବାର ସୁସ୍ମିତା ଘରକୁ ନଫେରିବାରୁ ପରିବାର ଲୋକ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ରାଉଲକେଲାର ରାଧିକା ଏଜେନ୍ସିରେ ସୁସ୍ମିତା ଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ତାଙ୍କ ପାଖରେ ପୋଲିସ ଓ ପରିବାର ଲୋକ ପହଞ୍ଚିବା ସହ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସିଧାସଳଖ ଘରକୁ ଯିବାକୁ ଉଭୟ ପୋଲିସ ଏବଂ ପରିବାର ଲୋକଙ୍କୁ ମନା କରିଦେଇଥିଲେ । ସୂଚନା ଅନୁସାରେ ଏକ ଅଭିଯୋଗ ପତ୍ରରେ ମୃତ ଆସିଷ୍ଟାଣ୍ଟ କଲେକ୍ଟର ଘରକୁ ନଯିବାର କାରଣ ପୋଲିସକୁ ତିନି ପେଜର ଏକ ବୟାନ ଦେଇଥିଲେ । ପୋଲିସ ସେହି ବୟାନକୁ ରେକର୍ଡ କରିଥିଲା । ବୟାନରେ ସିଧାସଳଖ କୁହାଯାଇଛି ଯେ ଘରେ ସୁସ୍ମିତା ମିଞ୍ଜଙ୍କୁ ଶୋଷଣ ଏବଂ ନିର୍ଯାତନା କରାଯାଉଥିଲା । ପରିବାର ଲୋକେ ଏକାଠି ହୋଇ ତାଙ୍କୁ ଶୋଷଣ କରୁଥିଲେ। ତେଣୁ ସେ ଘରକୁ ଯିବାକୁ ମନା କରୁଥିଲେ । ତେବେ ପରିବାରର କିଏ ଏବଂ କେଉଁ କାରଣରୁ ତାଙ୍କୁ ଶୋଷଣ ଦେଉଥିଲା ତାହା ବର୍ତ୍ତମାନ ମଧ୍ୟ ରହସ୍ୟ ଘରରେ ରହିଛି।

ଏହା ମଧ୍ୟ ପଢ଼ନ୍ତୁ...ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର

ଅନ୍ୟ ପକ୍ଷରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସୁନ୍ଦରଗଡ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତାଙ୍କୁ ହତ୍ୟା କରିଛନ୍ତି । ସେପଟେ ସୁସ୍ମିତା ମିଞ୍ଜଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ପ୍ଲାଣ୍ଟସାଇଡ଼ ପୋଲିସ ବର୍ତ୍ତମାନ ହତ୍ୟା ଅଭିଯୋଗ ଉପରେ FIR ଗ୍ରହଣ କରୁନାହାନ୍ତି । ସିଧାସଳଖ ଏହା ଆତ୍ମହତ୍ୟା ବୋଲି କିଭଳି କହୁଛନ୍ତି । ତେବେ ପୋଲିସ ଆମ ଅଭିଯୋଗ ଯଥା ଶୀଘ୍ର ଗ୍ରହଣ କରନ୍ତୁ ଏବଂ ହତ୍ୟା ମାମଲାରେ ତଦନ୍ତ କରନ୍ତୁ ।

ଇଟିଭି ଭାରତ, ସୁନ୍ଦରଗଡ଼

For All Latest Updates

TAGGED:

ABOUT THE AUTHOR

...view details