ରାଉରକେଲା: ସାରା ବିଶ୍ୱରେ ପାଳନ କରାଯାଉଛି ଇଦ୍-ଉଲ-ଫିତର । ଆଜିର ଦିନକୁ ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ଇଦ୍କୁ ପାଳନ କରିଥାନ୍ତି । ଇଦ୍ ପାଇଁ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି । ଏହି କ୍ରମରେ ଷ୍ଟିଲସିଟି ରାଉରକେଲାରେ ମଧ୍ୟ ଆଡ଼ମ୍ବର ସହକାରେ ଇଦ୍ ପାଳନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ବଳିଦାନର ପର୍ବ ଇଦ୍, ଦେଶର ଏକତା ମନାସିଲେ ମୁସଲିମ ସମ୍ପ୍ରଦାୟ
ଭାଇଚାରା ଏବଂ ସଦଭାବନାର ପର୍ବ ଇଦ୍ ରାଉରକେଲା ସହରରେ ହର୍ଷ ଏବଂ ଉଲ୍ଲାସର ସହ ମନା ଯାଉଛି । ସକାଳେ ରାଉରକେଲାର ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଇଦଗା ମୈଦାନରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇ ନମାଜ ପାଠରେ ସାମିଲ ହୋଇଥିଲେ । ସାମୂହିକ ନମାଜ ପାଠ କରି ପରସ୍ପରକୁ ଇଦ୍ର ଶୁଭେଚ୍ଛା ଜଣାଇଥିଲେ । ଇଦ୍ ମୁବାରକ ଜଣାଇବାକୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଇଦଗା ମୈଦାନରେ ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ମସଜିଦରେ ମଧ୍ୟ ଇଦ୍ ପାଳନ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ଅଧା ରହିଗଲା ଇଦ ପାଳନ, ଟ୍ରକ ଧକ୍କାରେ ଚାଲିଗଲା ବାପାପୁଅଙ୍କ ଜୀବନ