ସୁନ୍ଦରଗଡ଼: ଜିଲ୍ଲାର ରାଉରକେଲା ଅଞ୍ଚଳର ଇଂଜିନିଅରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ନିଜର କଳା ପ୍ରତିଭା ପାଇଁ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସାର ପାତ୍ର ହୋଇପାରିଛନ୍ତି । ଚଳିତ ମାସର ଶେଷ ଦିନରେ ଏହି କାର୍ଯ୍ୟକ୍ରମରେ ମୋଦି ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ।
ଢେଙ୍କାନଳ ସାରଙ୍ଗରେ ପ୍ରଯୁକ୍ତି ବିଜ୍ଞାନରେ ଏମ.ଟେକ କରୁଥିବାବେଳେ ଏବେ ବର୍ଜ୍ୟବସ୍ତୁରେ ନିଖୁଣ ଚିତ୍ର (ପଟ୍ଟଚିତ୍ର) ଆଙ୍କି ସାରା ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଲକଡାଉନ ସମୟରେ ପ୍ରଚୁର ସମୟ ପାଇ ଭାଗ୍ୟଶ୍ରୀ ନିଜର ଏହି ଚିତ୍ରକଳା ଆରମ୍ଭ କରିଥିଲେ । ‘ମନ କି ବାତ୍ ‘ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀଙ୍କ ଏହି କଳା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।