ଓଡିଶା

odisha

ଇସ୍ପାତ ସହରରେ ଗଡିବ 100 ମୋ ବସ

By

Published : Nov 20, 2022, 7:33 AM IST

ରାଉରକେଲା ସହରରେ ଗଡିବ 100ଟି ମୋ ବସ । ଆଗକୁ ହକି ବିଶ୍ବକପ ଥିବାରୁ ଏହି ମୋ ବସ ସେବା ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବା ନେଇ ଯୋଜନା ରହିଛି । ଅଧିକ ପଢନ୍ତୁ

ରାଉରକେଲା ସହରରେ ଗଡିବ 100 ଟି ମୋ ବସ
ରାଉରକେଲା ସହରରେ ଗଡିବ 100 ଟି ମୋ ବସ

ରାଉରକେଲା:ରାଉରକେଲା ସହରରେ ଆରମ୍ଭ ହେବାକୁ ଯାଉଛି ମୋ ବସ ସେବା । ଟ୍ବିନସିଟି ଭଳି ରାଉରକେଲା ସହରରେ ମଧ୍ୟ ଗଡିବ ମୋ ବସ । ଆଗକୁ ହକି ବିଶ୍ବକପ ଥିବାରୁ ଏହି ମୋ ବସ ସେବା ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବା ନେଇ ଯୋଜନା ରହିଛି । ଏହି ମୋ ବସ ସେବା ଆରମ୍ଭ ହେଲେ ଲୋକେ ବହୁ ଉପକୃତ ହେବା ନେଇ କହିଛନ୍ତି ସହରବାସୀ ।

ରାଉରକେଲା ସହରରେ ଗଡିବ 100 ଟି ମୋ ବସ

ରାଉରକେଲା ସହରରେ ଗଡିବ 100ଟି ମୋ ବସ । ହକି ବିଶ୍ବକପକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ହକି ବିଶ୍ବକପକୁ ମାତ୍ର ଦେଢ଼ ମାସ ସମୟ । ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଆଗକୁ ହକି ମହାକୁମ୍ଭ ଆୟୋଜନ ନେଇ ସହରରେ ଲୋକଙ୍କ ଯାତାୟାତ ବଢିବ । ଯେଉଁ କାରଣରୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ବସ ସେବା ଆରମ୍ଭ ହେବ ।

100ଟି ମୋ ବସ ଚଳାଚଳ କଲେ ଏଥିରେ ଯେ କେବଳ ରାଉରକେଲା ସହରବାସୀ ଉପକୃତ ହେବେ ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ଜିଲ୍ଲା ବାସୀ ଏଥିରେ ଉପକୃତ ହେବେ । ଏହି ବସ ସେବା ରାଉରକେଲା ସହରରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯେପରି ବଣାଇ, ଟେନସା, କୋଇଡା, ସୁନ୍ଦରଗଡ଼, ବିରମିତ୍ରପୁର, ରାଜଗାଙ୍ଗପୁର, କୁତ୍ରା ଭଳି ଅଞ୍ଚଳ ସହ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗଡିବ ବୋଲି ଆଶା କରାଯାଉଛି । ତେବେ ଏହାକୁ ସହରବାସୀ ସ୍ବାଗତ କରିଛନ୍ତି । ଏହାକୁ କିଭଳି ଭାବରେ ସୁପରିଚାଳନା କରାଯାଇ ପାରିବ ଏବଂ ହକି ବିଶ୍ବକପ ପରେ ମଧ୍ୟ ଲୋକଙ୍କ ଗମନାଗମନ ପାଇଁ ଏହା ଯାତାୟତ କରିବ ସେନେଇ ରାଜ୍ୟ ସରକାର ସହ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details