ରାଉରକେଲା: ମୋ ବସରେ ଅଗ୍ନିକାଣ୍ଡ । ଚାହୁଁଚାହୁଁ ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ । ରାଉରକେଲା ସହରର ବେଦବ୍ୟାସ TCI ଛକ ନିକଟରେ ଏହି ଅଘଟଣ ହୋଇଥିବା ବେଳେ କୌଣସି ଜନଜୀବନ ହାନି ହୋଇନାହିଁ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।
ମୋ ବସ ରୁଟ ନମ୍ବର 106 ତଥା ରାଉରକେଲା ନୂଆ ବସ ଷ୍ଟାଣ୍ଡ-ବିରମିତ୍ରପୁର ଯାଉଥିଲା ମୋ ବସ । ରାଉରକେଲା ସହରରୁ ବାହାରି ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ ରାଉରକେଲା ସହରର ବେଦବ୍ୟାସ TCI ଛକ ନିକଟରେ ମୋ ବସରେ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା ବସ ଡ୍ରାଇଭର ଭୟରେ ବାହାରକୁ ବାହାରି ଆସିଥିଲେ । ତେବେ ଚାହୁଁଚାହୁଁ ହଠାତ ବସରେ ନିଆଁ ଚାରିଆଡେ ବ୍ୟାପିଯାଇ ଜଳିପୋଡି ଛାରଖାର ହୋଇଯାଇଥିଲା । ବସ ଡ୍ରାଇଭର ବସରୁ ଓହ୍ଲାଇବା ସହ ଆଖପାଖ ଲେକଙ୍କ ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ବସଟି ସମ୍ପୁର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବସରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ନଥିବା କାରଣରୁ ବିଶେଷ କ୍ଷତି ହୋଇନାହିଁ ।