ସୁନ୍ଦରଗଡ:ସରକାରୀ କାର୍ଯ୍ୟକ୍ରମ ମଞ୍ଚରେ ଦଳୀୟ ବ୍ୟାନର ଦେଖି ଗର୍ଜିଲେ ବିଧାୟିକା । କହିଲେ ସରକାରୀ ଟଙ୍କା ଏପରି ଭାବେ ଖର୍ଚ୍ଚ କରିବାର ଅଧିକାର କାହାରି ନାହିଁ । ରାଉରକେଲାରେ ବିଶ୍ବସ୍ତରୀୟ ହକି ଖେଳ ହେବା ନେଇ ପ୍ରସ୍ତୁତି ପର୍ବ ଜୋର ଧରିଛି । ତେବେ ରାଉରକେଲା ସାଙ୍ଗକୁ ସାରା ଜିଲ୍ଲାରେ 17 ଗୋଟି ବ୍ଲକରେ ମିନି ହକି ଷ୍ଟାଡିୟମ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ କ୍ରୀଡା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେନେଇ କ୍ରୀଡା ମନ୍ତ୍ରୀ ଗତ କିଛି ଦିନ ଧରି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ସମୀକ୍ଷା ଆରମ୍ଭ କରିଛନ୍ତି । ସେହି କ୍ରମରେ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକରେ ପହଞ୍ଚିଛି ଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଦଳୀୟ ବ୍ୟାନରେ ଦେଖି ଗର୍ଜିଥିଲେ ବିଧାୟିକା କୁସୁମ ଟେଟେ । କ୍ରୀଡାର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ନେଉଥିବା ସମସ୍ତ ନିଷ୍ପତ୍ତିଙ୍କୁ ସେ ସ୍ବାଗତ କରୁଛନ୍ତି । ମାତ୍ର ସରକାରୀ କାର୍ଯ୍ୟକ୍ରମ ନାମରେ ନିର୍ଦ୍ଦିଷ୍ଟ ବ୍ୟାନରେ ଲୋକଙ୍କ ଟଙ୍କା ଖର୍ଚ୍ଚ ହେଉଥିବା ଘଟଣାକୁ ସେ ବିରୋଧ କରୁଥିବା କଥା କହିଛନ୍ତି ।
ସରକାରୀ କାର୍ଯ୍ୟକ୍ରମ ମଞ୍ଚରେ ଦଳୀୟ ବ୍ୟାନର ଦେଖି ଗର୍ଜିଲେ ବିଧାୟିକା - sports minister tusarkanti behera
ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ନିର୍ଦ୍ଧିଷ୍ଟ ବ୍ୟାନର ଦେଖି ଗର୍ଜିଲେ ବିଧାୟିକା । କହିଲେ ସରକାରୀ ଟଙ୍କା ଏପରି ଭାବେ ଖର୍ଚ୍ଚ କରିବାର ଅଧିକାର କାହାରି ନାହିଁ । ଅଧିକ ପଢନ୍ତୁ...
![ସରକାରୀ କାର୍ଯ୍ୟକ୍ରମ ମଞ୍ଚରେ ଦଳୀୟ ବ୍ୟାନର ଦେଖି ଗର୍ଜିଲେ ବିଧାୟିକା mla kusum tete reaction on bjd](https://etvbharatimages.akamaized.net/etvbharat/prod-images/768-512-10436612-thumbnail-3x2-kk.jpg)
ଜିଲ୍ଲାର ସମସ୍ତ 17 ଗୋଟି ବ୍ଲକରେ ୟୁରୋପୀୟ ଶୈଳୀରେ ମିନି ହକି ଷ୍ଟାଡିୟମ ନିର୍ମାଣ ସହ ଆଷ୍ଟ୍ରୋଟର୍ଫ ଲାଗିବା ପ୍ରସ୍ତାବ ସାରା ଜିଲ୍ଲା ବାସୀଙ୍କୁ ଆନନ୍ଦିତ କରିଛି ।ରାଉରକେଲାରେ ବିଶ୍ବ ସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ହେଉଥିବା ବେଳେ ସାରା ଜିଲ୍ଲାକୁ ହକିର ସୂତାରେ ବାନ୍ଧିବା ଓ ହକି ଖେଳକୁ ଅଧିକ ପ୍ରୋତ୍ସହିତ କରିବା । ହକି ପ୍ରତି ରୁଚି ରଖିଥିବା ଖେଳାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ କୋଚଙ୍କ ଦ୍ବାରା ତାଲିମ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା କଥା କ୍ରୀଡା ମନ୍ତ୍ରୀ କହିଛନ୍ତି । ଆଉ ଏହି ସମସ୍ତ କାର୍ଯ୍ୟକ୍ରମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହେଉଥିବା ସେ କହିଛନ୍ତି । ବିଧାୟିକାଙ୍କ ପ୍ରତିକ୍ରିୟା ଉପରେ ସେ ଅଧିକ କିଛି କହି ନଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ବୈଠକ ପାଇଁ ଯେଉଁ ମଞ୍ଚ ତିଆରି ହୋଇଛି ତାହା ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି । ଫେବୃଆରୀ 16ରେ ମୁଖ୍ୟମନ୍ତ୍ରୀ ଏନେଇ ରାଉରକେଲା ଆସୁଥିବା କଥା ଦଳ କହିଛି । ରାଉରକେଲାରେ ହକି ବିଶ୍ବକପ ଖେଳାନେଇ ରାଜ୍ୟ ସରକାର ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାର ସମସ୍ତ ବ୍ଲକରେ ମିନି ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ତଲବ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ