ଓଡିଶା

odisha

ETV Bharat / state

ରାଉରକେଲାରେ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କୁ ଦୁୁର୍ବ୍ୟବହାର

ଡାକ୍ତରଙ୍କ ସହ ଅସଭ୍ୟ ବ୍ୟବହାର ସହ ଗାଳି ଗୁଲଜ ଏବଂ ହାଣିଦେବା କାଟିଦେବା ନେଇ ଧମକ ଅଭିଯୋଗ।

ରାଉରକେଲାରେ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କୁ ଦୁୁର୍ବ୍ୟବହାର
ରାଉରକେଲାରେ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କୁ ଦୁୁର୍ବ୍ୟବହାର

By ETV Bharat Odisha Team

Published : Nov 5, 2023, 9:05 AM IST

ରାଉରକେଲାରେ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କୁ ଦୁୁର୍ବ୍ୟବହାର

ରାଉରକେଲା:ସରକାରୀ ଡାକ୍ତରଙ୍କୁ ହତ୍ୟା ଧମକ । ଆଜିରାଉରକେଲା ସହରର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁୁର୍ବ୍ୟବହାର ଅଭିଯୋଗ । ଏହାକୁ ନେଇ ସମ୍ପୂର୍ଣ୍ଣ ଭୟଭୀତ ଡାକ୍ତର ଜଣକ । ଆଜି ସହରରେ ଜଣେ ଯୁବକଙ୍କ ଉପରେ ଗୁଳି ମାଡ ହୋଇଥିଲା । ଫଳରେ ଉକ୍ତ ଯୁବକଙ୍କୁ ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଉକ୍ତ ଯୁବକଙ୍କ ସମ୍ପର୍କୀୟମାନେ ସଠିକ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଦୁୁର୍ବ୍ୟବହାର କରିଥିଲେ । ଡାକ୍ତର ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ; ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ପାଇଁ ଡାକ୍ତରଙ୍କୁ ଆକ୍ରମଣ, ହସ୍ପିଟାଲରେ ଭଙ୍ଗାରୁଜା

ସୂଚନା ଯୋଗ୍ୟ ଆଜି ରାଉରକେଲା ଉପକଣ୍ଠ ବିଶ୍ରା ଅଞ୍ଚଳରେ ଜଣେ ଯୁବକ ମହମ୍ମଦ ଇରଫାନ ଉପରକୁ ହୋଇଥିଲା ଗୁଳିକାଣ୍ଡ । ବିଶ୍ରା ଥାନା ଚେକ୍‌ଗେଟ୍‌ ନିକଟରେ ହୋଇଥିଲା ଏହି ଗୁଳିକାଣ୍ଡ । ୨ ଜଣ ଦୁର୍ବୃତ୍ତ ଆସି ଯୁବକଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ଗୁଳିକାଣ୍ଡ ପରେ ଯୁବକଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଯୁବକଙ୍କ ସହ ଆସିଥିବା କିଛି ସମ୍ପର୍କୀୟ ଯୁବକମାନେ ଡାକ୍ତରଙ୍କ ରୁମ୍‌କୁ ଧସେଇ ପଶିଥିଲେ ଏବଂ ତାଙ୍କୁ ଅସଭ୍ୟ ଭାଷାରେ ଗାଳିସ ଗୁଲଜ କରିଥିଲେ । ଡାକ୍ତର ଯଥା ସମ୍ଭବ ଯୁବକଙ୍କୁ ଚିକିତ୍ସା କରିଥିଲେ । ଯୁବକଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ସହରର ଜୟପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଦିଗପହଣ୍ଡି ଓ କଟକରେ ରେଡ୍: ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର, ପୂର୍ବରୁ ବାନ୍ଧିଥିଲା ତେଲେଙ୍ଗାନା ପୋଲିସ

ଏହି ଘଟଣାରେ ଡାକ୍ତର ଜଣକ ଦୁୁର୍ବ୍ୟବହାର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଡାକ୍ତରଙ୍କୁ ହାଣିଦେବା ଏବଂ କାଟିଦେବା ନେଇ ଧମକ ଦେଇଥିଲେ । ତେବେ ଡାକ୍ତରଙ୍କ ସହ କିଭଳି ଅସଭ୍ୟ ଭାଷା ବ୍ୟବହାର କରୁଛନ୍ତି ଯୁବକ ମାନେ । ଯେତେବେଳେ ଡାକ୍ତର ଜଣକ ଲୋକଙ୍କୁ ନିଜର କର୍ତ୍ତବ୍ୟ ବୋଲି କହି ଯଥା ସମ୍ଭବ ଚିକିତ୍ସା କରିବା ପରେ ମଧ୍ୟ କାହିଁକି ଆମ ଡାକ୍ତରମାନଙ୍କ ସହ ଏଭଳି ବ୍ୟବହାର ହେଉଛି । ବୋଲି ଡାକ୍ତର ପ୍ରଶ୍ନ କରିଛନ୍ତି । ଡାକ୍ତର ଜଣକ କହିଛନ୍ତି, "ରାଉରକେଲା ସରକାରୀ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସା ଦେବାକୁ ଭୟ ଲାଗୁଛି ଏବଂ ଏଠାରେ ଆମେ ଦାବି କରିଛୁ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ । ଯେଉଁ ପୋଲିସ ଅଫିସର ଜଣକ ତାଙ୍କ ସହ ଆସିଥିଲେ ସେ କୌଣସି କାମକୁ ନୁହେଁ ।"

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details