ସୁନ୍ଦରଗଡ: ଆଦିବାସୀ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅଞ୍ଚଳରେ । ଦୁଷ୍କର୍ମକାରୀ ଫେରାର ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନାଅନୁଯାୟୀ ହେମଗିର ଥାନା ଅଞ୍ଚଳରେ ଜଣେ 15 ବର୍ଷ ନାବାଳିକାଙ୍କୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିବା ସହ 8 ମାସର ଗର୍ଭବତୀ କରି ଫେରାର ହୋଇଥିବା ଅଭିଯୋଗ ହୋଇଛନ୍ତି । ଏନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ହେମଗିର ଥାନା ପୋଲିସ କେଶ ନମ୍ବର 200ରେ ଏକ ମାମଲା ରୁଜ୍ଜୁ କରି ଦଫା 376(2)(N)/376(3)/506/34 IPC ,6 ପୋକ୍ସ ଆକ୍ଟରେ ତଦନ୍ତ ଆରମ୍ଭ କରିଛି ।