ରାଉରକେଲା:ଦୋଳି ହେଲା କାଳ । ଦୋଳି ଖେଳୁ ଖେଳୁ ଚାଲିଗଲା ନିରୀହ ନାବାଳିକାର ଜୀବନ । ବେକରେ ରସି ଗୁଡ଼ାଇ ହୋଇଯିବାରୁ ନାବାଳିକର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବଣାଇ ଥାନା ଅନ୍ତର୍ଗତ ଦରେଇକଳା ଗ୍ରାମରେ । ମୃତ ନାବାଳିକା ହେଉଛନ୍ତି ରାଜେଶ ପଣ୍ଡିତଙ୍କ ଝିଅ କାମିନୀ ପଣ୍ଡିତ । ଆଜି ସକାଳ ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବଳିକାଙ୍କ ବାପା ରାଜେଶ ପଣ୍ଡିତ ଜଣେ ଗୁପଚୁପ୍ ବ୍ୟବସାୟୀ । ଦରେଇକଳା ଗ୍ରାମରେ ସେ ଏକ ଭଡାଘରେ ସପରିବାର ସହ ରହି ଆସୁଥିଲେ । ତାଙ୍କ ନାବାଳିକା ଝିଅ କାମିନୀ ପଣ୍ଡିତ ଆଜି ସକାଳ 7ଟା ସମୟରେ ଘରେ ଏକ ଦୋଳିରେ ବସି ଝୁଲୁଥିଲେ । କିନ୍ତୁ ସାମାନ୍ୟ ଅସାବଧାନତା କାରଣରକୁ ଦୋଳିର ରସିଟି ତାଙ୍କ ବେକରେ ହଠାତ୍ ଗୁଡାଇ ହୋଇଯାଇଥିଲା । ଛଟପଟ ହୋଇ ଚିତ୍କାର କରିବାରୁ ନାବାଳିକାଙ୍କ ବାପା ମାଆ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ରଜ ଦୋଳିରେ ଝୁଲିଛି ଯୁବକଙ୍କ ମୃତଦେହ, ବଢିଲା ହତ୍ୟା ସନ୍ଦେହ