ରାଉରକେଲା:ପ୍ରେମିକ ଘରେ ଜଳିଗଲେ ପ୍ରେମିକା । ନିଆଁରେ ପୋଡି ହୋଇ ଚାଲିଗଲା ନାବାଳିକା ପ୍ରେମିକାର ଜୀବନ । ରାଉରକେଲା ଉପକଣ୍ଠ ବିଶ୍ରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳିକା ନିଜ ପ୍ରେମିକର ଘରେ ଥିବାବେଳେ ନିଆଁ ଲାଗି ଯାଇଥିଲା । ଫଳରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ମୃତ ନାବାଳିକା ଜଣକ ସୁନ୍ଦରଗଡ ଜିଲ୍ଲା ହାତିବାରୀ ଥାନା ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ହାତିବାରୀ ଥାନା ଅଞ୍ଚଳର ୧୭ ବର୍ଷୀୟ ନାବାଳିକା ନିଜ ମାଉସୀ ଝିଅ ଭଉଣୀର ଦିଅର ଶୁକନାଥ ସିଂହଙ୍କୁ ଭଲ ପାଉଥିଲେ । ନାବାଳିକା ତାଙ୍କ ଭଉଣୀ ଘରକୁ ଯିବାଆସିବା କରୁଥିବା ସମୟରେ ଶୁକନାଥଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ଦୁଇ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଗତ କିଛି ମାସ ହେଲା କୁଆଡ଼େ ନାବାଳିକା ବିବାହ ପାଇଁ ଜିଦ୍ କରିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିଲା । ଏହାକୁ ନେଇ ଦୁହିଁଙ୍କ ଭିତରେ ନିୟମିତ ଝଗଡ଼ା ହେଉଥିଲା । ତେଣୁ ଗତ ୨୮ ତାରିଖରେ ନାବାଳିକା ଏକୁଟିଆ ଏକ ବସ୍ରେ ଯାଇ ଶୁକନାଥଙ୍କ ଘରେ ପହଞ୍ଚିଥିଲେ ।
ଏହା ମଧ୍ୟ ପଢନ୍ତୁ - ପ୍ରେମିକା ଘରେ ପଶି ହାଣିଲା ପ୍ରେମିକ, ପରିବାର ସଦସ୍ୟ ଗୁରୁତର