ସୁନ୍ଦରଗଡ: ରାଉରକେଲା ପାନପୋଷ ବ୍ରାହ୍ମଣୀ ନଦୀ ଘାଟରେ ଅଘଟଣ । ଗାଧୋଇବା ବେଳେ ତିନିଜଣ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ ଅଛନ୍ତି । ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିବା ନେଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗାଧୋଇବା ବେଳେ ନଦୀରେ ବୁଡି ଗଲେ 3 ଜଣ: ୨ ଉଦ୍ଧାର, ନାବାଳିକା ନିଖୋଜ - ରାଉରକେଲା ପାଣିବୁଡା ଘଟଣା
ରାଉରକେଲା ପାନପୋଷ ବ୍ରାହ୍ମଣୀ ନଦୀରେ ଅଘଟଣ । ଗାଧୋଇବା ବେଳେ ତିନିଜଣ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ ଅଛନ୍ତି ।
ଗାଧୋଇବା ବେଳେ ପାଣିରେ ବୁଡିଲେ 3: 2 ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ
ଆଜି(ଶନିବାର) ରାଉରକେଲା କୁମାରପଡା ବସ୍ତିର ଜଣେ ନାବାଳିକା ସମେତ ଦୁଇ ଜଣ ଗାଧୋଉଥିଲା ବେଳେ ଏହି ଅଘଟଣ ଘଟିଛି । କେତେକ ସ୍ଥାନୀୟ ନାବାଳକ ରାହୁଲ ସିଂ (16) ଓ ସାହାରୁଖ ଖାଁ (19)ଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲା ବେଳେ ନାବାଳିକା ପୂଜା ସିଂ(13) ଏବେବି ନିଖୋଜ ଅଛି । ଏହାକୁ ନେଇ ସାରା ପାନପୋଷ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ