ଓଡିଶା

odisha

ଆଗକୁ ଶ୍ରମିକଙ୍କୁ ଉପହାର ଦେବେ ସରକାର: ଶ୍ରମ ମନ୍ତ୍ରୀ ସାରଦା ନାୟକ

By

Published : May 25, 2023, 8:27 AM IST

ମନ୍ତ୍ରୀପଦ ପାଇବା ପରେ ରାଉରକେଲାରେ ସାରଦା ନାୟକଙ୍କୁ ଭବ୍ୟ ସ୍ବାଗତ କଲେ ସମର୍ଥକ । ଅଧିକ ପଢନ୍ତୁ

Sarada Nayak grand welcome by supporters
Sarada Nayak grand welcome by supporters

Sarada Nayak grand welcome by supporters

ରାଉରକେଲା:ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ମିଳିଲା ମନ୍ତ୍ରୀପଦ । ସୋମବାର ଲୋକସେବା ଭବନରେ ଶପଥ ଗ୍ରହଣ ପରେ ସାରଦା ନାୟକ ହୋଇଛନ୍ତି ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ । ୧୧ ବର୍ଷର ଲମ୍ବା ଅବଧି ପରେ ମନ୍ତ୍ରୀପଦ ପାଇଥିବାରୁ ସୁନ୍ଦରଗଡ ଜିଲ୍ଲାରେ ବେଶ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ ଓ ସାରଦାଙ୍କ ସମର୍ଥକ । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ନିଜ ଅଞ୍ଚଳକୁ ବୁଧବାର ଫେରିଥିଲେ ସାରଦା ନାୟକ । ଏଠାରେ ସାରଦାଙ୍କ ସମର୍ଥକ ମାନେ ତାଙ୍କୁ ସ୍ବାଗତ କରିଥିଲେ ।

ଗତକାଲି ଜିଲ୍ଲାକୁ ଫେରିବା ପରେ ପ୍ରଥମେ ବଣାଇ ଗଡରେ ପହଞ୍ଚି ସେଠାରେ ବାବା ବାଣେଶ୍ୱର ମନ୍ଦିର ଯାଇଥିଲେ । ପରେ ଭବ୍ୟ ରୂପରେ ସାରଦା ନାୟକଙ୍କୁ ସ୍ୱାଗତ କରିଥିଲେ ଲୋକେ ଏବଂ ତାଙ୍କ ସମର୍ଥକ ମାନେ । ଏହାପରେ ରାଉରକେଲାର ପାନପୋଷ ଛକ ଏବଂ ଏହାର ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ସାରଦା । ଶ୍ରମ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଉରକେଲାବାସୀ ଏବଂ ସମର୍ଥକ ମାନେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଠାରେ ସାରଦା ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ପ୍ରତିକ୍ରିୟାରେ ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି,''ରାଉରକେଲା ବାସୀ ମୋତେ ବିଧାୟକ ଭାବରେ ଗ୍ରହଣ କରିଥିବାରୁ ଆଜି ମୁଁ ମନ୍ତ୍ରୀ ପଦ ପାଇ ପାରିଛି । ଏଥିପାଇଁ ରାଉରକେଲା ବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖର ପହଞ୍ଚାଇବା ସହ ଶ୍ରମିକ ମାନଙ୍କ ପ୍ରତି ପ୍ରାଥମିକତା ଦିଆଯିବ । ଯେଉଁମାନେ ଅବହେଳିତ ହେଉଛନ୍ତି ସେମାନଙ୍କ ପାଖରେ ମୁଁ ଛିଡା ହେବି ଏବଂ ସେମାନଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ ।'' ସେହିପରି କେନ୍ଦ୍ର ସରକାର ଇଏସଆଇ ମେଡ଼ିକାଲରୁ ସେକେଣ୍ଡାରୀ ଚିକିତ୍ସା ପାଇଁ ରେଫର ବନ୍ଦ କରିବା ନିର୍ଦ୍ଦେଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଖୁବଶୀଘ୍ର ଏହି ସମସ୍ୟା ପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ ନୂତନ ଶ୍ରମ ମନ୍ତ୍ରୀ ସାରଦା ନାୟକ ।

ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ହେଉଛନ୍ତି ସାରଦା ନାୟକ । ସେ ରାଉରକେଲାରୁ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 2009ରୁ 2012 ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଥିଲେ । 2011ରୁ 2012 ଯାଏ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ଦୀର୍ଘ ବର୍ଷ ପରେ ତାଙ୍କ ଉପରେ ପୁଣି ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details