ରାଉରକେଲା: ଆରଏମସି ପକ୍ଷରୁ ମାଇକ୍ରୋ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି କାମ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ଅଧିକାରୀଙ୍କ ସହିତ 2 ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ଆରମ୍ଭ କରାଯାଇଛି । ସୋମବାର ଦିନ ବାସନ୍ତୀ କଲୋନୀ ଆଇସ ଫ୍ୟାକ୍ଟ୍ରି ନିକଟରେ ଏକ ଜମିରେ ଏହି କମ୍ପୋଷ୍ଟ ପ୍ଲାଣ୍ଟ କରିବା ପାଇଁ କାମ ଆରମ୍ଭ ହୋଇଛି। ଆଗରୁ ଏହି ସ୍ଥାନରେ ବିରୋଧ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା ।
ସହରରେ 10ଟି ସ୍ଥାନରେ ଏହି ପ୍ରୋଜେକ୍ଟ ଲାଗୁ କରାଯିବ । 5ଟି ସ୍ଥାନରେ କାମ ଚାଲିଥିବା ବେଳେ 6ଷ୍ଠ ସ୍ଥାନରେ ଆଜି କାମ ଆରମ୍ଭ କରାଯାଇଛି । ସୋମବାର ଦିନ ବାସନ୍ତୀ କଲୋନୀ ଆଇସ ଫ୍ୟାକ୍ଟ୍ରି ନିକଟରେ ଏକ ଜମିରେ ଏହି କମ୍ପୋଷ୍ଟ ପ୍ଲାଣ୍ଟ କରିବା ପାଇଁ କାମ ଆରମ୍ଭ ହୋଇଛି।