ଓଡିଶା

odisha

By

Published : Nov 20, 2022, 3:37 PM IST

Updated : Nov 20, 2022, 3:51 PM IST

ETV Bharat / state

ଦମନ ଦେଖିଲେ ରାଉରକେଲା ହାଇଟେକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ

ପ୍ରେକ୍ଷାଳୟରେ ଫିଲ୍ମ ଦେଖିଲେ ରାଉରକେଲା ସହରର ହାଇଟେକ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଦମନ ଦେଖି ଉତ୍ସାହତ ହେଲେ । ଅଧିକ ପଢନ୍ତୁ

ହାଇଟେକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ
ହାଇଟେକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ

ରାଉରକେଲା: ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାଲକାନଗିରି ଜିଲ୍ଲାର ଅନ୍ଧକାର ସହ କିଭଳି ସାଧାରଣ ଲୋକଙ୍କ ପାଇଁ ଏକ ଡାକ୍ତର ଲଢ଼ି ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରୁଛି ସେହି ସଂଘର୍ଷ କାହାଣୀ ବଖାଣିଛି ଫିଲ୍ମ ଦମନ । ଯାହାକୁ ନେଇ ରାଉରକେଲା ସହରର ଡାକ୍ତର ଛାତ୍ରଛାତ୍ରୀମାନେ ଏହି ସଂଘର୍ଷ କାହାଣୀକୁ ଦେଖିଛନ୍ତି ।

ହାଇଟେକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ

ରାଉରକେଲା ହାଇଟେକ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ କାହାଣୀକୁ ଦେଖିଛନ୍ତି ସିନେମା ପରଦାରେ । ଯୁବ ଡାକ୍ତର ମାଲକାନଗିରି ଦୁର୍ଗମ ଅଞ୍ଚଳରେ ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଉପରେ ନିର୍ମିତ ହୋଇଛି ଫିଲ୍ମ ଦମନ । ଚଳଚ୍ଚିତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଵା ପରେ ହାଇଟେକ୍ ମେଡିକାଲ୍ କଲେଜର ୨୫୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଦମନ ଚଳଚ୍ଚିତ୍ରକୁ ଦେଖିଛନ୍ତି ଏବଂ ଏହି ଫିଲ୍ମକୁ ଦେଖି ଡାକ୍ତରୀ ଛାତ୍ରଛାତ୍ରୀମାନେ ଖୁବ ପ୍ରେରିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦାଦନ ଖଟିବାକୁ ଯାଇ ଗୋଆରେ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରି ପାରିଲାନି ମୃତଦେହ

ଏନେଇ ଡାକ୍ତରୀ ଛାତ୍ର କହିଛନ୍ତି, "ବହୁତ ପ୍ରେରଣାଦାୟକ ଫିଲ୍ମ । ଓଡିଶାରେ ବୋଧେ ପ୍ରଥମ ଖର ପାଇଁ ଏଭଳି ଫିଲ୍ମ ହୋଇଛି । ଆମେ ଆଜି କିଛି ନା କିଛି ଶିଖିକି ଯିବା ପାଇଁ ଏହି ଫିଲ୍ମ ଦେଖିବାକୁ ଆସିଛୁ । ଦେଖିଲା ପରେ ଆମକୁ ବହୁତ ଖୁସି ଲାଗୁଛି । ଆମେ ଫିଲ୍ମ ଦେଖି ବହୁତ କିଛି ଶିଖିବାକୁ ମିଳିଲା । ଅନ୍ଧବିଶ୍ବାସକୁ ବିଜ୍ଞାନ ସହ ଯୋଡିକି ହୋଇଥିବା ଏହି ଫିଲ୍ମ ସତରେ ବହୁତ ପ୍ରେରଣା ଦେଇଛି । ଆମକୁ ଯଦି ସୁଯୋଗ ମିଳେ ଆମେ ନିଶ୍ଚିନ୍ତ କାମ କରିବୁ ।"

ଡାକ୍ତରର ସଠିକ କାର୍ଯ୍ୟକୁ କିଭଳି ଭାବରେ ଛାତ୍ରଛାତ୍ରୀମାନେ ଜାଣି ପାରିବେ ଏବଂ ଯେତେ ଅସୁବିଧା ହେଲେ ମଧ୍ୟ କିଭଳି ନିଜର ଧର୍ମକୁ ନଭୁଲି ଲୋକଙ୍କ ସାହାଯ୍ୟ କରି ହାର ନମାନି ଚିକିତ୍ସା କରିବେ ତାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ତାହା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

Last Updated : Nov 20, 2022, 3:51 PM IST

ABOUT THE AUTHOR

...view details