ଓଡିଶା

odisha

ETV Bharat / state

ଠେଲାଗାଡିରୁ ଗୁପଚୁପ ଖାଇ ଅସୁସ୍ଥ ! ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ - ସୁନ୍ଦରଗଡ ବଣାଇ ଅଞ୍ଚଳରେ ଗୁପଚୁପ ଖାଇ ଅସୁସ୍ଥ

ସୁନ୍ଦରଗଡ ଜିଲ୍ଲା ବଣାଇରେ ଗୁପଚୁପ ଖାଇ ୬ ଜଣ ଯୁବତୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ଭର୍ତ୍ତି ।ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ
ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ

By ETV Bharat Odisha Team

Published : Nov 14, 2023, 5:58 PM IST

ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ

ରାଉରକେଲା:ଗୁପଚୁପ ଖାଇ ଅସୁସ୍ଥ ହେବାପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବତୀ। ସନ୍ଧ୍ୟାରେ ଏକ ଗୁପଚୁପ ଠେଲାଗାଡିରୁ ଗୁପଚୁପ ଖାଇ ୬ ଜଣ ଯୁବତୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ସନ୍ଧ୍ୟା ସମୟରେ ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମର ଛକରେ ଥିବା ଗୁପଚୁପ ଠେଲାଗାଡି ନିକଟରୁ ୬ଜଣ ଯୁବତୀ ଗୁପଚୁପ ଖାଇଥିଲେ । ଏହାପରେ ଘରେ ଖାଦ୍ୟ ଖାଇ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଝାଡାବାନ୍ତି ହେବା ସହ ଜ୍ବର ଅନୁଭବ କରିଥିଲେ ଗୁପଚୁପ ଖାଇଥିବା 6 ଜଣ ଯୁବତୀ । ପରେ ନିକଟସ୍ଥ ମେଡିସିନ ଷ୍ଟୋରରୁ ମେଡିସିନ ଖାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ସେମାନଙ୍କୁ ଆଜି ସକାଳେ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବଣାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ପରେ ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ..ମଧ୍ୟାହ୍ନ ଭୋଜନ ଖାଇ 16 ଛାତ୍ରଛାତ୍ରୀ ଅସୁସ୍ଥ, ଝିଟିପିଟି ପଡ଼ିଥିବା ଅଭିଭାବକଙ୍କ ଅଭିଯୋଗ

ଅନ୍ୟପଟେ ଅସୁସ୍ଥ ଯୁବତୀଙ୍କ କହିବାନୁଯାୟୀ, "ସନ୍ଧ୍ୟାରେ ଗୁପ୍‌ଚୁପ୍‌ ଖାଇବା ପରେ ଘରେ ସମସ୍ତଙ୍କ ସହ ରାତିରେ ଖାଦ୍ୟ ଖାଇବା ଛଡ଼ା ସେମାନେ ଆଉ କିଛି ଖାଇନାହାନ୍ତି । ପରେ ବିଳମ୍ବିତ ରାତିରେ ଜ୍ବର ଅନୁଭବ ହେବା ସହ ଝାଡ଼ାବାନ୍ତି ହୋଇଥିଲା । ଘରେ ଅନ୍ୟମାନଙ୍କ ଦେହ ସୁସ୍ଥ ଥିବା ବେଳେ କେବଳ ଗୁପ୍‌ଚୁପ୍‌ ଖାଇଥିବା ଯୁବତୀମାନଙ୍କ ଦେହ ହିଁ ଖରାପ ହୋଇଛି ।"

ଏହାମଧ୍ୟ ପଢନ୍ତୁ..ହବିଷ୍ୟାଳି ଶିବିରରେ ହବିଷ୍ୟାଳି ଅସୁସ୍ଥ, ହସ୍ପଟାଲରେ ଭର୍ତ୍ତି

ତେବେ ଏନେଇ ଅସୁସ୍ଥଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ସୂଚନା ରହିଛି । ଅନ୍ୟପଟେ ଠେଲା ଗାଡିଗୁଡିକରେ ବିଭିନ୍ନ ଫାଷ୍ଟଫୁଡ୍‌ ବିକ୍ରି କରାଯାଉଥିବା ବେଳେ ସେଗୁଡିକ ବିଭିନ୍ନ ସମୟରେ ଯାଞ୍ଚ କରାଯାଉନଥିବା ଅଭିଯୋଗ ହୋଇଛି । ବଣାଇ ଅଞ୍ଚଳର ବିଭିନ୍ନ ଫାଷ୍ଟ ଫୁଡ ଦୋକାନ କିମ୍ବା ହୋଟେଲ ମାନଙ୍କରେ ମାଳ ମାଳ ନକଲି ସସ୍‌, ପୋଡା ତେଲ, ରଙ୍ଗ, ନିମ୍ନ ମାନର ତେଲ ପ୍ରଭୃତି ବ୍ୟବହାର ହେଉଥିଲେ ମଧ୍ୟ କୌଣସି ଯାଞ୍ଚ ହେଉନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି । ଏନେଇ ବଣାଇ ଫୁଡ୍‌ ଇନ୍ସପେକ୍ଟର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇବା ସହ ବର୍ତ୍ତମାନ ସମସ୍ତ ଷ୍ଟଲ୍‌ ଏବଂ ହୋଟେଲରେ ଯାଞ୍ଚ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details