ଓଡିଶା

odisha

ETV Bharat / state

ଷ୍ଟାଡିୟମରେ ଯୁବକଙ୍କ ମୃତ୍ୟୁ ଘଟଣା, ଥାନା ଘେରାଉ ପରେ ମିଳିଲା କ୍ଷତିପୂରଣ - ହକି ଷ୍ଟାଡିୟମରେ ଠିକା ଶ୍ରମିକ ମୃତ୍ୟୁ

ଆସନ୍ତା ୧୦ ତାରିଖରେ ବିଦ୍ୟୁତ ଆଘାତରେ ଏକ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ତେବେ କ୍ଷତିପୂରଣ ପାଇଁ ପରିବାର ଲୋକେ ଥାନା ଘେରାଉ କରିଥିବା ବେଳେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା । ଅଧିକ ପଢନ୍ତୁ

ଷ୍ଟାଡିୟମରେ ଯୁବକଙ୍କ ମୃତ୍ୟୁ
ଷ୍ଟାଡିୟମରେ ଯୁବକଙ୍କ ମୃତ୍ୟୁ

By

Published : Jan 12, 2023, 1:44 PM IST

ଷ୍ଟାଡିୟମରେ ଯୁବକଙ୍କ ମୃତ୍ୟୁ

ରାଉରକେଲା: ହକି ଷ୍ଟାଡିୟମରେ ଠିକା ଶ୍ରମିକ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଥାନା ଘେରାଉ କଲେ ପରିବାର ଲୋକେ । ତେବେ ଧାରଣରତ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ଧାରଣାରୁ ଉଠିଥିଲେ ପରିବାର ଲୋକେ । ମୃତ ଯୁବକ ହେଲେ ଗୋପାଳ ତିର୍କୀ ।

ସୂଚନା ଯୋଗ୍ୟଯେ ଗୋପାଳ ତିର୍କୀ ନାମକ ଯୁବକ ଜଣକ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଠିକାସଂସ୍ଥା ଭାବରେ କାର୍ଯ୍ୟ କରୁଥିଲେ । ତେବେ ଗତ ୧୦ ତାରିଖ ଦିନ ତାଙ୍କୁ ଷ୍ଟାଡିୟମରେ ୪ ନମ୍ବର ଗେଟ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ପ୍ରବାହ ବନ୍ଦ ଥିବା କହି ଖୁଣ୍ଟରେ ଚଢିବାକୁ କହିଥିଲେ ଠିକସଂସ୍ଥା କର୍ତ୍ତୃପକ୍ଷ । କିନ୍ତୁ ବିଦ୍ୟୁତ୍‌ ପ୍ରବାହ ଚାଲୁରହିଥିବା କାରଣରୁ ବିଦ୍ୟୁତ ଆଘାତରେ ଖୁଣ୍ଟ ଉପରେ ଚଢିଥିବା ଗୋପାଳ ତିର୍କୀ ତଳେ ପଡିଯାଇଥିଲେ ଏବଂ ତାଙ୍କୁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଥିଲେ ପରିବାର ଲୋକେ । ତେବେ ଗୋପାଳଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଥମେ ଠିକାସଂସ୍ଥା ଦୀପଶିଖା ଏଣ୍ଟରପ୍ରାଇଜେସକୁ ଦାୟୀ କରିଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଥିଲେ । ତେବେ ଠିକସଂସ୍ଥା କୌଣସି ପ୍ରକାର ସାହାଯ୍ୟ କରିବାକୁ ମନା କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ହକି ବିଶ୍ବକପ ମଧ୍ୟରେ ଖୁସି ଖବର ଦେଲା ପୂର୍ବତଟ ରେଳବାଇ, ଗଡିବ 2 ସ୍ବତନ୍ତ୍ର ଟ୍ରେନ

ଏହାପରେ ପରିବାର ଲୋକ ଗତକାଲି(ବୁଧବାର) ଛେଣ୍ଡ ଥାନା ଘେରାଉ କରିଥିଲେ। ଥାନା ଆଗରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ତେବେ ପ୍ରାୟ 8 ଘଣ୍ଟାର ଧାରଣା ଏବଂ ବିକ୍ଷୋଭ ପରେ ପୋଲିସ ଅଧିକାରୀମାନେ ତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ । ତେବେ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ୯ ଲକ୍ଷ ଟଙ୍କା ଚେକ ଏବଂ କ୍ୟାସ ୧ ଲକ୍ଷ ଟଙ୍କା ଦିଆଯିବା ପରେ ଧାରଣାରୁ ଉଠିଥିଲେ ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର

ଏନେଇ ମୃତ ଯୁବକଙ୍କ ବାପା କହିଛନ୍ତି,"ଗୋପାଳ ଇଲେକ୍ଟ୍ରି ବିଭାଗରେ କାମ କରୁଥିଲା । ତେବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କାର୍ଯ୍ୟ କରିବା ସମୟରେ ଆଘାତ ଲାଗି ମୃତ୍ୟୁ ହୋଇଯାଇଛି । ସେ ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିଲା । ତେବେ ଆମ ପୁଅକୁ ହରାଇ ଆମେ ଭାଙ୍ଗି ପଡିଛୁ । ତେଣୁ ଆମେ କ୍ଷତିପୂରଣ ଦାବି କରି ଏଠାକୁ ଆସିଥିଲୁ । "

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details