ଓଡିଶା

odisha

ETV Bharat / state

କାଂଶବାହାଲ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ - ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା କାଂଶବାହାଲ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରିତୁ ବାରୁଆ । ଅଧିକ ପଢ଼ନ୍ତୁ

କାଂଶବାହାଲ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କାଂଶବାହାଲ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

By

Published : Nov 26, 2022, 10:02 PM IST

ରାଉରକେଲା:ରାଉରକେଲା କାଂଶବାହାଲ ବ୍ରିଜ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର (Man dead body recovered)। ମୃତ ଯୁବକ ଜଣକ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରିତୁ ବାରୁଆ । ସୂଚନାନୁସାରେ ସ୍ଥାନୀୟ ଲୋକେ ବ୍ରିଜରେ ଯାତାୟାତ କରୁଥିବା ସମୟରେ ଯୁବକଙ୍କ ମୃତଦେହ ବ୍ରିଜ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରାଜ୍ୟ ରାଜପଥ ୧୦ ଓଭର ବ୍ରିଜ ତଳେ ଥିବା ଏକ କଲଭର୍ଟ ତଳେ ପାଣିରେ ରିତୁଙ୍କ ମୃତଦେହ ପଡ଼ିଥିବା ପୋଲିସ ଦେଖି ତଦନ୍ତ ଆରମ୍ଭ କରିଥିଲା । ଏପରିକି ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା । ଏହାପରେ ମୃତଦେହ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

ତେବେ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ରିତୁର ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି (Family alleges murder )। ଅନ୍ୟପକ୍ଷରେ ପୋଲିସ ନିଜର ଅନୁସନ୍ଧାନ ଜାରି ରହିଛି । ସୂଚନାନୁସାରେ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ରିତୁ କେତେ ଜଣ ସାଙ୍ଗଙ୍କ ସହ ଘରୁ ଭୋଜି କରିବାକୁ ବାହାରିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ କି ପରିବାର ସହ କୌଣସି ଯୋଗାଯାେଗ ବି କରିନଥିଲେ ।

ରାଜଗାଙ୍ଗପୁର ପୋଲିସ ଏବେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛନ୍ତି । କେଉଁ ପରିସ୍ଥିତିରେ ରିତୁ ଏଠାକୁ ପହଞ୍ଚିଲା ଏବଂ କେଉଁ ସାଙ୍ଗମାନଙ୍କ ସହ ସେ ଭୋଜି କରିବାକୁ ଆସିଥିଲା । କେଉଁ କାରଣରୁ ହତ୍ୟା ହୋଇଛି । ପୂର୍ବ ଶତ୍ରୁତା ନା ବଚସାକୁ ଏସବୁ ଦିଗକୁ ଧ୍ୟାନରେ ରଖି ରାଜଗାଙ୍ଗପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ପୁଅକୁ ହରାଇ ପରିବାରରେ ଶୋକରଛାୟା ଖେଳିଯାଇଛି । କିଏ ଏପରି ପୁଅକୁ ମାରିଲା ତାହାର କାରଣ ଜାଣିପାରୁନାହାଁନ୍ତି ପରିବାର ବର୍ଗ ।

ଅନ୍ୟପକ୍ଷରେ ପୁଅସହ ଯାଇଥିବା ତାଙ୍କ ସାଙ୍ଗମାନଙ୍କୁ ପୋଲିସ ପଚରାଉଚରା କଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି । ସେପଟେ ଉଦ୍ଧାର ହୋଇଥିବା ମୃତଯୁବକ ଜଣକଙ୍କ ମୁଣ୍ଡରେ ହେଲମେଟ ଲାଗିଥିବାର ଦେଖିବାକୁ ମିଳିଛି । ଏପରିକି ପାଖରେ ବାଇକ ବି ପଡ଼ିଛି । କିନ୍ତୁ ଯୁବକ ଜଣଙ୍କ ଶରୀରରେ କୌଣସି କ୍ଷତବିକ୍ଷତ ଚିହ୍ନ ନାହିଁ । ଏନେଇ ପୋଲିସ ଏହାଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ।

ତେବେ କିଏ ଓ କାହିଁକି ଏଭଳି ଘଟାଇଛି ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ରିତୁ ସହ କାହାର ପୂର୍ବରୁ ଶତୃତା ଥିଲା କି ତାକୁନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ । ଏସବୁ ଘଟଣାର ପ୍ରମାଣ ମିଳିଲେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details