ଓଡିଶା

odisha

ETV Bharat / state

ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା - man killed in tilakuda

ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ତିଲକୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍କିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

raurkela  murder case
raurkela murder case

By ETV Bharat Odisha Team

Published : Sep 13, 2023, 3:34 PM IST

Updated : Sep 13, 2023, 4:27 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ତିଲକୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସାରୁ ଯୁବକଙ୍କୁ ଟାଙ୍କିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ତାଳପଡା ଗ୍ରାମର ସଞ୍ଜୟ ସାହୁ ଅଟନ୍ତି । ସଞ୍ଜୟ, ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ତିଲକୁଡ଼ା ଗ୍ରାମରେ ଚାଲିଥିବା ରାସ୍ତା କାମ ତଦାରଖ କରିବା ପାଇଁ ସୁନ୍ଦରଗଡରେ ରହିଥିଲେ । ତେବେ ଏହି ରାସ୍ତା କାମର ଦାୟିତ୍ୱ ନେଇଥିବା କମ୍ପାନୀ ତାଙ୍କୁ ସେଠାରେ ମୁନସୀ ଭାବେ ନିୟୋଜିତ କରିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ରାସ୍ତା କାମ ବନ୍ଦ ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସମୟରେ ତିଲକୁଡ଼ା ଗ୍ରାମକୁ ବୁଲିବାକୁ ଯାଇଥିଲେ ସଞ୍ଜୟ ସାହୁ। ସେହି ସମୟରେ ତିଲକୁଡ଼ା ଗ୍ରାମର ଖମାରି ଦେହୁରୀ ସହିତ କୌଣସି କାରଣବଶତଃ ତାଙ୍କର ବଚସା ହୋଇଥିଲା । ଯଦିଓ ବଚସା ସେଠି ଅଧିକ ଉଗ୍ର ରୂପ ନେଇନଥିଲା । ଉଭୟଙ୍କ ମଧ୍ୟରେ କିଛି ସମୟ ଝଗଡା ହେବା ପରେ ଉଭୟ ଶାନ୍ତ ହୋଇ ପରସ୍ପରଙ୍କ ଘରକୁ ଚାଲିଯାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମଦ ମାଫିଆ, ଜାଗା ଭାଗବଣ୍ଟାକୁ ନେଇ ଆକ୍ରମଣ !

କିନ୍ତୁ ଏହି ବଚସାକୁ ସହ୍ୟ କରିପାରିନଥିଲେ ଖମାରି ଦେହୁରୀ । ଘଟଣାର ପ୍ରତିଶୋଧ ନେବାକୁ ମନେ ମନେ ଯୋଜନା ପ୍ରସ୍ତୁତ କରିଥିଲେ ଖମାରି ଦେଉରୀ । ମଙ୍ଗଳବାର ବିଳମ୍ୱିତ ରାତିରେ ସଞ୍ଜୟ ଘରକୁ ଯାଇଥିଲେ ଖମାରୀ । ଘର ବାରଣ୍ଡାରେ ସଞ୍ଜୟ ଶୋଇଥିବାର ଦେଖି ଟାଙ୍ଗିଆରେ ସଞ୍ଜୟଙ୍କ ବେକକୁ ଆକ୍ରମଣ କରିଥିଲେ ଖମାରି ଦେହୁରୀ । ତେବେ ଘଟଣାସ୍ଥଳରେ ହିଁ ସଞ୍ଜୟଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ବୁଧବାର ସକାଳ ସମୟେର ସ୍ଥାନୀୟଲୋକେ ଘଟଣା ସମ୍ପର୍କରେ ଜାଣି ଟେନସା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ସ୍ଥାନୀୟବାସିନ୍ଦାଙ୍କୁ ବି ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା କରିଛି । ତେବେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଆଉ କିଛି ବଡ ଷଡ଼ଯନ୍ତ୍ର ଲୁଚି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସାମାନ୍ୟ କଳହରୁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ରାଉରକେଲା, ଇଟିଭି ଭାରତ

Last Updated : Sep 13, 2023, 4:27 PM IST

ABOUT THE AUTHOR

...view details