ଓଡିଶା

odisha

ETV Bharat / state

ମମିତା ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କଲା ସୁନ୍ଦରଗଡ ବିଜେପି - ସୁନ୍ଦରଗଡ ବିଜେପି

କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦାବି ନେଇ ସୁନ୍ଦରଗଡ ଭାଜପା ସାଂଗଠାନିକ ଜିଲ୍ଲା କର୍ମୀ ରାଜରାସ୍ତାକୁ ଓହ୍ଲାଇବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅଭିଯୁକ୍ତ ସ୍କୁଲ ମାଲିକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କଲା ସୁନ୍ଦରଗଡ ବିଜେପି
ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କଲା ସୁନ୍ଦରଗଡ ବିଜେପି

By

Published : Oct 20, 2021, 10:29 PM IST

ସୁନ୍ଦରଗଡ: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ପଷ୍ଟ ହୋଇଛି ଏହା ଏକ ହତ୍ୟା ଘଟଣା । ଏନେଇ ବିଜେପି ସୁନ୍ଦରଗଡ ସାଂଗଠନିକ ଜିଲ୍ଲାର ମହିଳା ଓ ଯୁବ କର୍ମୀ ରାଜରାସ୍ତାକୁ ଓହ୍ଳାଇବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି ବିଜେପି । ଏହା ସହ ମନ୍ତ୍ରୀଙ୍କ ଇସ୍ତଫା ସହ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନେଇ ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କଲା ସୁନ୍ଦରଗଡ ବିଜେପି

ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ନ କଲେ ରାଜରାସ୍ତାରେ ଏହି ଆନ୍ଦୋଳକୁ ଆହୁରି ଜୋରଦାର କରିବେ ବୋଲି ବିଜେପି ସୁନ୍ଦରଗଡ ସାଂଗଠନିକ ଜିଲ୍ଲାର ଯୁବ ସଭାପତି ଚେତାବନୀ ଦେଇଛନ୍ତି । ଅପରପକ୍ଷେ ସୁନ୍ଦରଗଡ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସହ ଅନେକ ମନ୍ତ୍ରୀ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା କହିଛନ୍ତି । ତେବେ ଶିକ୍ଷୟିତ୍ରୀଙ୍କୁ ଏମାନେ ଯୌନ ନିର୍ଯ୍ୟାତନା ଦେଇ ହତ୍ୟାକରି ପୋତିଦେଇଥିବା ଅଭିଯୋଗ କରିଛି ସୁନ୍ଦରଗଡ ବିଜେପି ।

ଏହି ହତ୍ୟାକାଣ୍ଡର ବିଦ୍ଧିବଦ୍ଧ ତଦନ୍ତ କରି ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଓ ଅନ୍ୟ ସମ୍ପୃକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବା ନେଇ ଦାବି ହୋଇଛି । ଆନ୍ଦୋଳନକାରୀମାନେ ଆଜି ସୁନ୍ଦରଗଡ ଡିଆରଡିଏ ( DRDA)ଛକରୁ ଏକ ବିକ୍ଷୋଭ ରାଲି କରି ଏନକେକେ ( NKK)ଛକ ପର୍ଯ୍ୟନ୍ତ ଯାଇ ପୁଣି ଡିଆରଡିଏ ଛକରେ ରୁଣ୍ଡ ହୋଇ କୁଶପୁତ୍ତଳିକାଗୁଡିକୁ ଦାହ କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details