ରାଉରକେଲା: ରାଜ୍ୟରେ ଜାରି ରହିଛି ହକି ବିଶ୍ବକପ ୨୦୨୩ । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ଓ ଚିଲି । ଏହି ମ୍ୟାଚ୍ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏଥିରେ ଚିଲିକୁ ୩-୨ରେ ପରାସ୍ତ କରିଛି ମାଲେସିଆ ।
ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ମାଲେସିଆ ଓ ଚିଲି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଏଥିରେ କୌଣସି ଦଳ ଗୋଲ ସ୍କୋର କରିପାରିନଥିଲେ । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ଲୟକୁ ଫେରିଥିଲା ବିଶ୍ବକପରେ ନବାଗତ ଚିଲି । ମାଲେସିଆ ବିରୋଧରେ ୨୦ ମିନିଟ୍ରେ ପ୍ରଥମ ଗୋଲ ସ୍କୋର କରିଥିଲା ଚିଲି । ଜବାବରେ ଚିଲି ମାଲେସିଆ ପକ୍ଷରୁ ରେଜି ରହିମ ୨୬ ମିନିଟରେ ଚିଲି ଉପରେ ଗୋଲ ଦେଇ ମ୍ୟାଚ୍କୁ ୧-୧ରେ ବରାବର କରିଥିଲେ । ଏହାପରେ ପୁଣିଥରେ ୨୯ ମିନିଟରେ ଚିଲି ପକ୍ଷରୁ ୨୯ ମିନିଟରେ ଦ୍ବିତାୟ ଗୋଲ ବସିଥିଲା । ତେବେ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ମ୍ୟାଚ୍ରେ ୨-୧ରେ ଆଗରେ ରହିଥିଲା ଚିଲି ।