ସୁନ୍ଦରଗଡ : ସଦର ଥାନା ଅଞ୍ଚଳରେ ପୁଣି ହାଇୱେ ଲୁଟେରା ସକ୍ରିୟ । ଆଜି ସନ୍ଧ୍ୟା ପ୍ରାୟ 8ଟା ସମୟରେ ଦୁଇଜଣ ଲୁଟେରା ସଦର ଥାନା ଅନ୍ତର୍ଗତ କରମଡିହି ନିକଟରେ PB-3Y-7995 ନମ୍ବର ବିଶିଷ୍ଟ ଏକ ଟ୍ରକକୁ ଅଟକାଇ ଟ୍ରକ ଚାଳକ (ଗୁରୁଚିତ ସିଂଙ୍କୁ) ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଛନ୍ତି ।
ରାଜପଥରେ ଲୁଟ, ଟ୍ରକ ଚାଳକ ଗୁରୁତର - Loot on Karmadihi
ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ରାଜ୍ୟ ରାଜପଥ-10ରେ ଲୁଟ । ଟ୍ରକ ଚାଳକକୁ ଆକ୍ରମଣ କରି ଲୁଟିଛନ୍ତି ଦୁର୍ବୃତ୍ତମାନେ । ଅଧିକ ପଢନ୍ତୁ...
ରାଜ ପଥରେ ଲୁଟ, ଟ୍ରକ ଚାଳକ ଗୁରୁତର
ରାଜ ପଥରେ ଲୁଟ, ଟ୍ରକ ଚାଳକ ଗୁରୁତର
ଲୁଟେରାମାନେ ତାଙ୍କ ଛାତିରେ ପ୍ରବଳ ମାଡ ମାରିବା ସହ ହାତକୁ ମଧ୍ୟ ହାତକୁ ମଧ୍ୟ ଖଣ୍ଡିଆ ଖାବରା କରି ତାଙ୍କ ଠାରୁ 4500 ନଗଦ ଟଙ୍କା ଓ ଟ୍ରକର ଚାବି ଲୁଟି ଫେରାର ହୋଇଯାଇଛନ୍ତି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଚାଳକକଙ୍କୁ ସୁନ୍ଦରଗଡ ଡାକ୍ତରଖାନା ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ଟ୍ରକଟି ବିଶାଖାପାଟଣାରୁ ରାଉରକେଲା ଅଭିମୁଖେ ଯାଉଥିଲାବେଳେ ଦୁର୍ବୃତ୍ତ ମାନେ ଏହି କାଣ୍ଡ ଘଟାଇଥିବାର ସୂଚନା ମାନିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ