ଓଡିଶା

odisha

ETV Bharat / state

ଦିବାଲୋକରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା - ଲୁଟି ନେଲେ ଲକ୍ଷାଧିକ ଟଙ୍କା

ସାଢେ 6 ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ 3ଜଣ ଲୁଟେରା ଲୁଟିନେଲେ । ଏହିପରି ଚାଞ୍ଚଲ୍ୟକର ଘଟଣା ସିଭିଲ ଟାଉନସିପ ଅଞ୍ଚଳରେ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 20, 2019, 9:51 AM IST

ରାଉରକେଲା: ସିଭିଲ ଟାଉନସିପ ଅଞ୍ଚଳରେ ଲୁଟ୍‌ ଅଭିଯୋଗ । ରଘୁନାଥପାଲ୍ଲୀ ପୋଲିସ ଥାନାରେ ଲୁଟ୍‌ର ଶୀକାର ହୋଇଥିବା ପୀତବାସ ପାତ୍ର ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବରମୁତାବକ, ପୀତବାସ ପାତ୍ର ଆଇସିଆଇସିଆଇ ବ୍ୟାଙ୍କରୁ ସାଢେ 6 ଲକ୍ଷ ଟଙ୍କା ନେଇ ଯାଉଥିଲେ । ତେବେ ଶନିମନ୍ଦିର ନିକଟରେ 3 ଜଣ ଲୁଟେରା ବାଇକ ଯୋଗେ ଆସି ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ଏହାପରେ ଲୁଟ୍‌ର ଶୀକାର ହୋଇଥିବା ପୀତବାସ ପୋଲିସ ନିକଟରେ ଅଭିଯୋଗ ଦାୟର କରିଥିଲେ । ଏହାପରେ ପୋଲିସ ବ୍ୟାଙ୍କର ସିସିଟିଭି ଆଧାରରେ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details