ଓଡିଶା

odisha

By ETV Bharat Odisha Team

Published : Dec 5, 2023, 6:57 AM IST

ETV Bharat / state

ମୋବାଇଲ ଶୋ' ରୁମରୁ ଲୁଟ: ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରି ଅଭିଯୋଗ

ରାଉରକେଲାରେ ମାତିଲେ ଲୁଟେରା । ଲୁଟିନେଲେ ବିଭିନ୍ନ ବ୍ରାଣ୍ଡର 90ରୁ ଅଧିକ ମୋବାଇଲ୍ ଫୋନ୍ । ସିସିଟିଭିରେ କଏଦ ହେଲା ପୁରା ଘଟଣା । ଅଧିକ ପଢନ୍ତୁ

ମୋବାଇଲ ଶୋ' ରୁମରୁ ଲୁଟ: ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରି ଅଭିଯୋଗ
ମୋବାଇଲ ଶୋ' ରୁମରୁ ଲୁଟ: ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରି ଅଭିଯୋଗ

ମୋବାଇଲ ଶୋ' ରୁମରୁ ଲୁଟ: ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରି ଅଭିଯୋଗ

ରାଉରକେଲା: ସହରରେ ବୁଲୁଛନ୍ତି ଲୁଟେରା । ରାତି ଅଧିଆ ପ୍ଲାନିଂ ସହ କରୁଛନ୍ତି ଲୁଟ୍‌ପାଟ । ରାଉରକେଲାରେ ଦୋକାନରେ ପଶି ଲୁଟିନେଲେ ବିଭିନ୍ନ ନାମିଦାମୀ ମୋବାଇଲ ଫୋନ୍‌ । ସମ୍ପୂର୍ଣ୍ଣ ମୋବାଇଲ ଫୋନ ଶୋ' ରୁମ୍‌କୁ ସଫା କରିଦେଲେ ଲୁଟେରା । ପ୍ରାୟ 25 ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ବ୍ରାଣ୍ଡର ମୋବାଇଲ୍ ଫୋନ୍ ଚୋରି ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଲୁଟ୍‌ ସମୟର ଘଟଣା ବର୍ତ୍ତମାନ ସିସିଟିଭିରେ କଏଦ ହୋଇଛି ।

ସହରର ଝିରପାଣି ଅଞ୍ଚଲରେ ଥିବା ଫୋନ୍ ଜୋନ୍ ନାମକ ମୋବାଇଲ୍ ଶୋ' ରୁମ ଦୋକାନକୁ ଟାର୍ଗେଟ୍‌ କରିଛନ୍ତି ଲୁଟେରା । ତେବେ ଏହି ଚୋରି ପରେ ଏହି ଅଞ୍ଚଳର ଅନ୍ୟ ବ୍ୟବସାୟୀଙ୍କ ନିଦ ହଜି ଯାଇଛି । ଚୋରିର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । 2 ଅଭିଯୁକ୍ତ ଏହି ଘଟଣା ଘଟାଇଥିବା ଜଣାପଡିଛି । ତେବେ ସୋମବାର ସକାଳ ୧୧ଟା ବେଳେ ଦୋକାନ ମାଲିକ ଦୋକାନ ଖୋଲିବାକୁ ଆସିବା ପରେ ଦୋକାନରେ ଏକ ବଡ଼ ଚୋରି ବା ଲୁଟ୍‌ ହୋଇଥିବା ବିଷୟ ଜାଣିପାରି ଥିଲେ ।

ଏହା ମଧ୍ୟ ପଢନ୍ତୁ....ଝାଡଖଣ୍ଡ ପୋଲିସର ନିଦ ହଜାଇ ଥିଲେ ଓଡିଶାର 4 ଚୋର, ବାନ୍ଧିଲା ପୋଲିସ

ଆଜି ଝିରପାଣି ଥାନାରେ ଏ ଚୋରି ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି ମୋବାଇଲ ଶୋ' ରୁମ୍‌ ମାଲିକ । ଏହି ଘଟଣାର ପୋଲିସ ତରଫରୁ କୌଣସି ତତ୍ପରତା ଦେଖାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଚୋରମାନଙ୍କୁ ବର୍ତ୍ତମାନ ଯାଏଁ ଖୋଜିବାରେ ବିଫଳ ହୋଇଛି ପୋଲିସ । ଏହିଭଳି ଭାବରେ କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳରେ ଥିବା ମୋବାଇଲ ଦୋକାନରୁ ବି ବନ୍ଧୁକ ମୁନରେ ମୋବାଇଲ ଡକାୟତି କରିଥିଲେ ଦୁଇ ଜଣ ଦୁର୍ବୁର୍ତ୍ତ ।

ତେବେ ଗତ ରବିବାର ମଧ୍ୟରାତ୍ରିରେ ଚୋରମାନେ ଝିରପାଣି ସ୍ଥିତ ମୋବାଇଲ ଶୋ' ରୁମ୍‌ରୁ କ୍ୟାସ୍‌ ବକ୍ସ ସହିତ ଏଠାରେ ରଖାଯାଇଥିବା ବିଭିନ୍ନ ବ୍ରାଣ୍ଡର 90ରୁ ଅଧିକ ମୋବାଇଲ୍ ଫୋନ୍ ଚୋରି କରିଥିଲେ, ଯାହାର ଆନୁମାନିକ ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚୋରମାନଙ୍କୁ ଚିହ୍ନଟ କରିବାରେ ପୋଲିସ ଅପରେସନ ଜାରି ରହିଛି । ତେବେ ଏମାନେ ନୂଆଗାଁ ଘଟଣାରେ ସାମିଲ ଥିବା ସନ୍ଦେହରେ ମଧ୍ୟ ତଦନ୍ତ କରୁଛି ପୋଲିସ । ଝିରପାଣି ଏବଂ ରାଉରକେଲା ସହ ଏହି ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ମାମଲାର ସହ ଏହାକୁ ଯୋଡି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମଳିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details