ଓଡିଶା

odisha

ETV Bharat / state

ପ୍ରଦୂଷଣରେ ଅତିଷ୍ଠ ଲୋକେ, ରେଲୱେ ସାଇଡିଂକୁ ସ୍ଥାନାନ୍ତର କରିବାକୁ ଦାବି - ମାତ୍ରାଧିକ ପ୍ରଦୂଷଣରେ ନୟାନ୍ତ ଗ୍ରାମବାସୀ

ମାତ୍ରାଧିକ ପ୍ରଦୂଷଣରେ ନୟାନ୍ତ ହୋଇ ଗ୍ରାମବାସୀମାନଙ୍କ ବିଶାଳ ଧାରଣା। ରେଲୱେ ସାଇଡିଂରୁ ନିର୍ଗତ ପ୍ରଦୂଷଣରେ ହନ୍ତସନ୍ତ ଲୋକମାନେ। ଅଧିକ ପଢ଼ନ୍ତୁ

ରେଲୱେ ସାଇଡିଂରୁ ନିର୍ଗତ ପ୍ରଦୂଷଣରେ ହନ୍ତସନ୍ତ ଲୋକମାନେ
ରେଲୱେ ସାଇଡିଂରୁ ନିର୍ଗତ ପ୍ରଦୂଷଣରେ ହନ୍ତସନ୍ତ ଲୋକମାନେ

By

Published : May 13, 2023, 10:27 PM IST

Updated : May 13, 2023, 10:38 PM IST

ରେଲୱେ ସାଇଡିଂକୁ ସ୍ଥାନାନ୍ତର କରିବାକୁ ଦାବି

ରାଉରକେଲା: ରେଲୱେ ସାଇଡିଂକୁ ବିରୋଧ କରି ଧାରଣାରେ ଗ୍ରାମବାସୀ । ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ ଯୋଗୁଁ ଲାଠିକଟାରେ ଜନ ଅସନ୍ତୋଷ । ଶତାଧିକ ସ୍ଥାନୀୟ ବାସିନ୍ଦା ଏହାକୁ ପ୍ରଦୂଷଣ ବିରୋଧ କରି ରେଲୱେ ସାଇଡିଂ ନିକଟରେ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିକଟାରେ । ଏକ ଘରୋଇ ରେଲୱେ ସାଇଡିଂକୁ ନେଇ ଲାଠିକଟା ଅଞ୍ଚଳର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଫଳରେ ଦୁଇ ଦିନ ଧରି ଖରାରେ ଧାରଣା ଦେଇଛନ୍ତି ଲାଠିକଟା ଅଞ୍ଚଳର ଲୋକେ ।

ଲାଠିକଟା ଅଞ୍ଚଳରେ ଓରିଏଣ୍ଟ ମିଲ୍‌ ନାମକ ଏକ କାରଖାନା କାର୍ଯ୍ୟ କରୁଥିଲା । ସେ କାରଖାନା ବେଆଇନ ଥିବାରୁ ଏହା ବନ୍ଦ କରିଥିଲେ ସରକାର । ତେବେ ବର୍ତ୍ତମାନ ସେହି ଓରିଏଣ୍ଟ କମ୍ପାନୀ ଅନ୍ୟ ଏକ କମ୍ପାନୀ ଓଡ଼ିଶା ଇଣ୍ଡଷ୍ଟ୍ରୀ ଲିମିଟେଡ଼ କରି ଅନ୍ୟ ଜଣଙ୍କ ନାମରେ ଏଠାରେ ରେଲୱେ ସାଇଡିଂ ନିର୍ମାଣ କରୁଛି । ଜନବସତି ନିକଟରେ ଏକ ରେଲୱେ ସାଇଡିଂ ପ୍ରସ୍ତୁତ କରୁଛି । ଫଳରେ ଜନବସତି ଏହି ପ୍ରଦୂଷଣ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ।

ପ୍ରଦୂଷଣ ମୂଳ କାରଣ:ଏହି ରେଲୱେ ସାଇଡିଂରେ ଆସି ଗଦାଗଦା ଲାଇମ୍‌ ଷ୍ଟୋନ୍‌, କୋଇଲା ଏବଂ ଲୁହ ପଥର ଜମା ହେଉଛି । ତେବେ ଏହି ଲାଇମ୍‌ ଷ୍ଟୋନ୍‌ର ଗୁଣ୍ଡ ଉଡ଼ି ସମ୍ପୂର୍ଣ୍ଣ ଅଞ୍ଚଳରେ ଧୂଳିଧୂଆଁରେ ଭରି ଯାଉଛି । ଲୁହ ପଥରର ନାଲି ଗୁଣ୍ଡ ଏବଂ କୋଇଲା ଗୁଣ୍ଡ ଯାହା ସମ୍ପୂର୍ଣ୍ଣ ଲାଠିକଟା ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ କରୁଛି । ଫଳରେ ନିକଟରେ ବସବାସ କରୁଥିବା ଗ୍ରାମବସୀଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପଡ଼ୁଛନ୍ତି । ଯାହା ଲୋକଙ୍କୁ ସମ୍ପୂର୍ଣ୍ଣ ଅତିଷ୍ଠ କରିଦେଉଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହି ରେଲୱେ ସାଇଡିଂର ଡଷ୍ଟ ବା ଧୂଳିକଣା ଯୋଗୁଁ ଛୋଟଛୋଟ ପିଲା ଏବଂ ବୃଦ୍ଧାମାନଙ୍କ ଶ୍ୱାସ ଜନିତ ସମସ୍ୟା ଦେଖାଦେଉଛି । କୋଇଲା ଡଷ୍ଟ ଏତେ ମାତ୍ରାରେ ଉଡୁଛି ଯେ ଲୋକେ କଫ ଜନିତ ସମସ୍ୟା ଦେଇ ଗତି କରିବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ତ୍ତମାନ ଏହି ପ୍ରଦୂଷଣରୁ ଅତିଷ୍ଠ ହୋଇ ଲୋକେ ଦୁଇ ଦିନ ଧରି ଧାରଣା ପ୍ରଦର୍ଶନ କରୁଛନ୍ତି । ଏହି ରେଲୱେ ସାଇଡିଂଟି ଜନବସତି ଅଞ୍ଚଳରୁ ଦୂରକୁ ସ୍ଥାନାନ୍ତର କରାଯାଉ ନଚେତ ଏହି ରେଲୱେ ସାଇଡିଂକୁ ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : May 13, 2023, 10:38 PM IST

ABOUT THE AUTHOR

...view details