ଓଡିଶା

odisha

By

Published : Mar 12, 2023, 7:02 PM IST

ETV Bharat / state

ଘରୋଇ କମ୍ପାନୀ ହାତରେ ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ, ବଢ଼ୁଛି ଜନ ଅସନ୍ତୋଷ

ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର କରିବାକୁ ନେଇ ଜନ ଅସନ୍ତୋଷ । ୪୦୦ କୋଟିର ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଘରୋଇ ସଂସ୍ଥାକୁ ଟେକିଦେବାକୁ ନେଇ ବିରୋଧ କରିଛି ରାଉରକେଲା ନାଗରିକ ସୁରକ୍ଷା କମିଟି । ଅଧିକ ପଢ଼ନ୍ତୁ

ଆପୋଲକୁ ସୁପର ସ୍ପେସିଅଲିଷ୍ଟ ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ
ଆପୋଲକୁ ସୁପର ସ୍ପେସିଅଲିଷ୍ଟ ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ

ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ

ରାଉରକେଲା: ଆପୋଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହସ୍ତାନ୍ତରକୁ ବିରୋଧ । ସହରବାସୀଙ୍କ ସ୍ୱାସ୍ଥ୍ୟ ସେବା ସହ ଖେଳିବାକୁ ଦେବୁ ନାହିଁ କହି ସ୍ବର ଉତ୍ତଳନ କଲା ରାଉରକେଲା ନାଗରିକ ସୁରକ୍ଷା କମିଟି । ସୁପର ସ୍ପେସିଆଲିଷ୍ଟ ହସ୍ତାନ୍ତରକୁ ବିରୋଧ କରି 5T ସଚିବଙ୍କ ସହ ଆଲୋଚନା କରିଛି କମିଟି । ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ 5T ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଦାବି ଅନୁଯାୟୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଏମ୍ସ ଦ୍ବାରା ପରିଚାଳନା କରାଯାଉ । ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଏମ୍ସ ଦ୍ବାରା ପରିଚାଳନା ନକରି ଏକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଆପୋଲୋ ହସ୍ପିଟାଲ ଗୃପ ହାତରେ ନ୍ୟସ୍ତ କରିବାକୁ ବିରୋଧ କରାଯାଇଛି । ସାଧାରଣଙ୍କ ଟଙ୍କାରେ ନିର୍ମିତ ସରକାରୀ ହସ୍ପିଟାଲକୁ କେଉଁ ସ୍ବାର୍ଥରେ ଟେକି ଦିଆଗଲା ସେନେଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଅନୁରୋଧ କରାଯାଇଛି ।

ତେବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଅନ୍ୟାନ୍ୟ ଦାବି ରହିଛି । ଦାବିଗୁଡିକ ମଧ୍ୟରେ ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା । ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ କରିବା । ଏହାସହ ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା ଦାବି କରିଛି ନାଗରିକ ସୁରକ୍ଷା କମିଟି । ଏହାସହ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ଵବିଦ୍ୟାଳୟ ଭାବେ ଘୋଷଣା କରାଯାଉ । ରାଉରକେଲା ସଫ୍ଟଓୟାର ପାର୍କର ଉନ୍ନତିକରଣ କରିବା, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜମିହରା ହୋଇଥିବା ବାସଚ୍ୟୁତମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଥଇଥାନ କରିବା ଦାବି କରାଯାଇଛି ।

ତେବେ କିଭଳି ଏସବୁ ସୁବିଧା ଅସୁବିଧାକୁ ଯଥା ସମ୍ଭବ ରାଜ୍ୟ ସରକାର ଠିକ କରିବେ ସେନେଇ ଆଶ୍ୱସନା ଦେଇଛନ୍ତି 5T ସଚିବ । ତେବେ କେନ୍ଦ୍ର ସରକାର ଲୋକଙ୍କ ଟଙ୍କାରେ ୪୦୦ କୋଟିର ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନିର୍ମାଣ କରି ଘରୋଇ ସଂସ୍ଥାକୁ ଏଭଳି ରାତି ଅଧିଅ ଟେକିଦେବାକୁ ନେଇ ବିରୋଧ କରିଛି ରାଉରକେଲା ନାଗରିକ ସୁରକ୍ଷା କମିଟି । ରାଉରକେଲା ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ତଥା ରାଉରକେଲା ବିଧାୟକ ଶାରଦା ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ସମେତ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ରାଉରକେଲାବାସୀଙ୍କ ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିବେ ବୋଲି ଆଶା କରିଛନ୍ତି ନାଗରିକ ସୁରକ୍ଷା କମିଟି ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details